- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ, ଘରୁ କୋଟି କୋଟି ଟଙ୍କା ଜବତ
ଭୁବନେଶ୍ୱର, 30 ମେ - ଭୁବନେଶ୍ୱର ଆରଡବ୍ଲୁ ବିଭାଗର ରୋଡ଼ ପ୍ଲାନ୍ସ ଚି଼ଫ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ 7ଟି ଠିକଣାରେ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । ରେଡରେ ସାମିଲ ଅଛନ୍ତି 8ଜଣ ଡିଏସପି ,12ଜଣ ଇନ୍ସପେକ୍ଟର, 6ଜଣ ଏଏସଆଇ । ଅନୁଗୁଳ, ଭୁବନେଶ୍ୱର ଏବଂ ପିପିଲିରେ ଚାଲିଛି ରେଡ । ଅନୁଗୁଳରେ ଦୁଇମହଲା ଘର, ଭୁବନେଶ୍ୱର ଡୁମଡୁମାରେ ଗୋଟିଏ ଫ୍ଲାଟ, ପିପିଲିରେ ଗୋଟିଏ ଫ୍ଲାଟ, ଅନୁଗୁଳରେ ସମ୍ପର୍କୀୟଙ୍କ ଘର,ଅନୁଗୁଳରେ ପୈତୃକ ଘର,ଭୁବନେଶ୍ୱରରେ ଅଫିସ ଚ୍ୟାମ୍ବରରେ ଖୋଳତାଡ଼ କରୁଛି ଭିଜିଲାନ୍ସ ।
ଅନ୍ୟପଟେ ଭିଜିଲାନ୍ସକୁ ଦେଖି ଘର ଝରକା ପଟେ 500 ଟଙ୍କିଆ ନୋଟ ବଣ୍ଡଲକୁ ଫିଙ୍ଗିଦେଲେ ବୈକୁଣ୍ଠ ନାଥ ଷଡଙ୍ଗୀ । ଭୁବନେଶ୍ୱର ପିଡିଏନ ଏକ୍ସଟିକା ଫ୍ଲାଟରୁ 1କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ । ଅନୁଗୁଳ ଘରୁ ମଧ୍ୟ 1.1କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ । ଯାହାକୁ ଟଙ୍କା ଗଣା ମେସିନରେ ଗଣୁଛି ଭିଜିଲାନ୍ସ । ମୋଟ 2.1କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ ।