Breaking News
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
- ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ଦେବେନ୍ଦ୍ର ମହାନ୍ତିଙ୍କ 4କୋଟି ଟଙ୍କା ଜବତ କଲା ଭିଜିଲାନ୍ସ
FMNEWS.IN
25-02-2026
ଭୁବନେଶ୍ୱର, 25 ଫେବ୍ରୁଆରି - କଟକ ସର୍କଲ ମାଇନ୍ସର ଡେପୁଟି ଡାଇରେକ୍ଟର ଦେବେନ୍ଦ୍ର ମହାନ୍ତିଙ୍କ 4କୋଟି ଟଙ୍କା ଜବତ କଲା ଭିଜିଲାନ୍ସ । ଭୁବନେଶ୍ୱର ଫ୍ଲାଟରୁ ଜବତ ହୋଇଛି ଏହି ସବୁ ନଗଦ ଟଙ୍କା । ଭିଜିଲାନ୍ସ ଇତିହାସର ଏହା ହେଉଛି ଅଧିକ ଟଙ୍କା ଜବତ । ଟ୍ରଲି ବ୍ୟାଗରୁ ଏହି ସବୁ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ପଟିଆ ଶିଶୁ ବିହାର ଫ୍ଲାଟର ଆଲମିରାରେ ଟ୍ରଲି ବ୍ୟାଗରେ ରଖିଥିଲେ ଟଙ୍କା । ଏହାସହ ଅଫିସ ଡ୍ର ରୁ ମଧ୍ୟ 1ଲକ୍ଷ 20ହଜାର ଟଙ୍କା ଜବତ ହୋଇଛି । ଭୁବନେଶ୍ୱର ପାହାଳରେ ରହିଛି ଘର । 130ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି । ଗତକାଲି ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ । ଗୋପରେ କୋଇଲା ଡିପୁ ସ୍ମୁଥରେ ଚାଲିବା ପାଇଁ ନେଉଥିଲେ ଲାଞ୍ଚ । କୋଲକାତାକୁ କୋଇଲା ଚାଲାଣ ପାଇଁ ମଧ୍ୟ ପରମିସନ ଦେବାକୁ କହିଥିଲେ ।