- ରାଇସିନା ଡାଇଲଗ ପାଇଁ ପହଂଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ, ଆଜି ଉଦଘାଟନ କରିବେ ପିଏମ ମୋଦି
- ମୁମ୍ବାଇ ଏୟାରପୋର୍ଟରୁ 3.67 କୋଟି ଟଙ୍କାର ସୁନା ତସ୍କରୀର ପର୍ଦ୍ଦାଫାଶ, 4 ଗିରଫ
- ଭାରତ ବିଶ୍ୱର ପଞ୍ଚମ ସର୍ବାଧିକ ପ୍ରଦୂଷିତ ଦେଶରେ ପରିଣତ: କଂଗ୍ରେସ ବାୟୁ ଗୁଣବତ୍ତା ରିପୋର୍ଟକୁ ନେଇ ମୋଦୀ ସରକାରଙ୍କୁ ...
- ପାଣ୍ଡରା ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ମାଛ ମାର୍କେଟ, ପ୍ରସ୍ତାବିତ ମାର୍କେଟ ସ୍ଥାନ ପରିଦର୍ଶନ କଲେ ପ୍ରିୟଦର୍ଶୀ ...
- ଭୁବନେଶ୍ବରରେ ହେବ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର
ପ୍ରବାସୀ ଭାରତୀୟ ଦିବସ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, 9 ତାରିଖରେ କାର୍ଯ୍ୟକ୍ରମରେ ଯୋଗ ଦେବେ ପିଏମ ମୋଦି

ଭୁବନେଶ୍ୱର, 4 ଜାନୁଆରି :- ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ପର୍ଯଟନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ୧୦ ତାରିଖରେ ଦେଶର ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ । ୯ ତାରିଖରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ୬ ତାରିଖରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭୁବନେଶ୍ଵରରେ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
ରାଜ୍ୟ ସରକାରଙ୍କ ସବୁ ବିଭାଗଙ୍କ ସହଯୋଗରେ ଚାଲିଛି ପ୍ରସ୍ତୁତି । ଏହି ସମୟରେ ଭୁବନେଶ୍ବରରେ ପଥ ଉତ୍ସବ ଚାଲିବ । ପୁରୀରେ ସି ବିଚ୍ ଫେଷ୍ଟିଭାଲ ଚାଲିବ । ମୁକ୍ତେଶ୍ଵର ଫେଷ୍ଟିଭାଲ ଠୁ ଆରମ୍ଭ କରି ଯାହା ଯାହା ଉତ୍ସବ ଅଛି, ରାଜ୍ୟର କଳା ସଂସ୍କୃତି ସମେତ ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରଦର୍ଶିତ କରିବାକୁ ପ୍ରସ୍ତୁତ କରାଯାଇଛି । ବୁଦ୍ଧିଷ୍ଟ କରିଡ଼ର ହେଉ ବା ସ୍ପିରିଚୁଆଲ ଟୁରିଜିମ୍, ଅଥବା ପକ୍ଷୀ ଉତ୍ସବ ହେଉ, ସବୁ କିଛି ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଭାରତୀୟଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇ ବୁଝାଇବା ପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ କହି ପାରୁଥିବା ଗାଇଡ ରହିବେ ।
ଯେଉଁ ହୋଟେଲରେ ପ୍ରବାସୀ ଭାରତୀୟ ରହିବେ, ସେ ହୋଟେଲର ବ୍ୟବସ୍ଥା, ହୋଟେଲର ସୁରକ୍ଷା ବ୍ୟବସ୍ଥା, ସେଠାରୁ ବିଭିନ୍ନ ସ୍ଥାନକୁ କିଭଳି ଡବଲ ଡେକର ଗାଡ଼ିରେ ବୁଲିବେ ତାହା ସୁନିଶ୍ଚିତ କରାଯାଇଛି । ଏହା ଆମ ଓଡ଼ିଆ ଲୋକଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ ।
ଅଢ଼େଇ ହଜାର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବା ପାଇଁ ପଞ୍ଜିକରଣ କରି ସାରିଥିଲେ । କିଛି ପ୍ରବାସୀ ଭାରତୀୟ ଓଡ଼ିଆ ଲୋକଙ୍କ ଘରେ ହୋମ ଷ୍ଟେ ରେ ରହିବେ । ଓଡ଼ିଆ ଘରର ଖାଦ୍ୟ ଖାଇବେ। ଓଡ଼ିଶାର ଖାଦ୍ୟ ପ୍ରଣାଳୀ, ଓଡ଼ିଶାର ଅତିଥେୟତା, ବିଶ୍ଵ ଦରବାରରେ ଦେଖାଇବାର ଆମ ପାଇଁ ବଡ଼ ସୁଯୋଗ । ଯେଉଁ ବେଷ୍ଟ କେପ୍ଟ ସିକ୍ରେଟ ଥିଲା, ସେ ସିକ୍ରେଟକୁ ଗୋଟି ଗୋଟି ରିଭେଲ କରିବାର ସମୟ ଆସିଛି ବୋଲି ପ୍ରଭାତି ପରିଡା କହିଛନ୍ତି ।