- ସରକାର ଅସ୍ତ୍ରବିରତି ଉପରେ ନିଜର ମତ ସ୍ପଷ୍ଟ କରିବା ଉଚିତ: କଂଗ୍ରେସ
- ସମ୍ବଲପୁରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି : ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ
- ଛତିଆଠାରେ ଭୟଙ୍କର ବିସ୍ପୋରଣ : ଘଟଣାସ୍ଥଳରେ ୨ ମୃତ : ସ୍ଥାନୀୟ ଲୋକେ ଭୟଭିତ
- ଏୟାରଷ୍ଟ୍ରାଇକ ପରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାରେ ସ୍କୁଲ -କଲେଜ ବନ୍ଦ,ସେନା ସତର୍କ
- ପାକିସ୍ତାନକୁ ଚେତାବନୀ- ସାମରିକ ଆକ୍ରମଣ କଲେ ମିଳିବ କଠୋର ଜବାବ
ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ହ୍ବାଇଟ୍ ଟି-ସାର୍ଟ ମୁଭମେଣ୍ଟ ଆୟୋଜିତ

(FM News):-- ଲୋକସଭାର ବିରୋଧଦଳ ନେତା ତଥା ଜନନାୟକ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଆହ୍ୱାନକ୍ରମେ ସାରା ଦେଶରେ ଛାତ୍ର ଓ ଯୁବକ ମାନଙ୍କର ହ୍ଵାଇଟ୍ ଟି-ସାର୍ଟ ମୁଭମେଣ୍ଟ ନାମରେ ଏକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।
ସେହି କ୍ରମରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଦାନଙ୍କ ନେତୃତ୍ୱରେ ଭୁବନେଶ୍ଵର ଜନପଥରେ ହ୍ଵାଇଟ୍ ଟି-ସାର୍ଟ ମୁଭମେଣ୍ଟ ଅନୁଷ୍ଠିତ ହୋଇଛି। ଛାତ୍ର କଂଗ୍ରେସର କର୍ମୀମାନେ ଧଳାସାର୍ଟ ପିନ୍ଧି ସମ୍ବିଧାନ ବଂଚାଅ ନାରା ଦେଇ ଜନ ପଥରେ ପଦଯାତ୍ରା କରିଥିଲେ। ଗରୀବ ଓ ଶ୍ରମିକ ଶ୍ରେଣୀଙ୍କୁ ନ୍ୟାୟ ଓ ଅଧିକାର ଦେବା ପାଇଁ ଏହି ଯାତ୍ରା ଅଭିପ୍ରେତ । ଏହି ଯାତ୍ରାରେ କିଛି ପୁଞ୍ଜିପତିଙ୍କ ପାଇଁ ମୋଦୀ ସରକାରଙ୍କର ଦୁର୍ବଳତାର ସମାଲୋଚନା କରାଯାଇଥିଲା । ଏହି ପୁଞ୍ଜିପତି ମାନଙ୍କର ସମ୍ପତି ବୃଦ୍ଧି ଚିନ୍ତା ମୋଦି ସରକାରଙ୍କୁ ଘାରିଛି । ଯାହାଫଳରେ ଅସମାନତା ବୃଦ୍ଧି ପାଇଛି ଏବଂ ଯେଉଁ ଶ୍ରମିକମାନେ ଦେଶ ଗଠନ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇଯାଉଛି। ବିଭିନ୍ନ ଅନ୍ୟାୟ ଓ ଅତ୍ୟାଚାର ସହିବାକୁ ସେମାନଙ୍କୁ ବାଧ୍ୟ କରାଯାଉଛି । ଏଭଳି ପରିସ୍ଥିତିରେ ନ୍ୟାୟ ଓ ଅଧିକାର ପାଇଁ ସମୂହିତ ସ୍ୱର ଉତୋଳନର ସମୟ ଆସିଛି । ଛାତ୍ର-ଯୁବକ ଓ ଶ୍ରମିକ ଶ୍ରେଣୀର ଯୁବକ ଏହି କାର୍ଯ୍ୟରେ ଆଗ୍ରହର ସହ ଅଂଶ ଗ୍ରହଣ କରିବାକୁ ଜନନାୟକ ରାହୁଲ ଗାନ୍ଧୀ ନିବେଦନ କରିଛନ୍ତି । ବିଶେଷକରି ସମ୍ବିଧାନକୁ ସଶକ୍ତ କରିବା ପାଇଁ ଏହା ମଧ୍ୟ ଏକ ଆନ୍ଦୋଳନ |
ଏହି କାର୍ଯ୍ୟକ୍ରମରେ ଅଖ୍ଳେଶ ଯାଦବ, ଚୁନୁ ସିଂ, ସାହାରୁଖ୍ ଖାନ୍, ସୁନୀଲ କୁମାର ଗାନ୍ଧୀ ଓ ଚଣ୍ଡି ପ୍ରସାଦ ମହାପାତ୍ର ପ୍ରମୁଖ ଶତାଧିକ ଛାତ୍ର ଅଂଶ ଗ୍ରହଣ କରିଥିଲେ।