- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
ଝାଙ୍କରପାଲି ଲୁଚକିବନ୍ଧ ନିକଟରେ ବଣୁଆ ହାତୀଙ୍କ ଆତଙ୍କରେ ଅଞ୍ଚଳବାସୀ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ଝାଙ୍କରପାଲି ଠାରେ ଥିବା ଲୁଚକିବନ୍ଧ ଠାରେ ଆଜି ସଂଧ୍ୟା ସାଢେ ୫ଟା ବେଳେ କେତେକ ବଣୁଆ ହାତୀ ଗ୍ରୀଷ୍ମକାଳୀନ
ଜଳକ୍ରୀଡା କରୁଥିବା ଦେଖିବାକୁ ମିଳିଥିଲା। ଏମାନଙ୍କ ମଧ୍ୟରେ ପିଲା ଛୁଆ ମିଶି ୧୦ରୁ ଅଧିକ ହାତୀ ରହିଥିବା ଦେଖିବାକୁ ମିଳିଛି । ଏକ ବଣୁଆ ହାତୀ ଉପଦ୍ରବ ଅଞ୍ଚଳ ଭାବରେ ସମଗ୍ର ଜିଲ୍ଲାରେ ଝାଙ୍କରପାଲି ପଞ୍ଚାୟତ ବେଶ ପରିଚିତି। ଝାଙ୍କରପାଲି ଠାରେ ଥିବା ଲୁଚକିବନ୍ଧ ଠାରେ କିଛି ବଣୁଆ ହାତୀପଲ ସ୍ନାନ କରୁଥିବା ଶୁଣିବା ପରେ ଆଖପାଖ ଗ୍ରାମବାସୀଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କ ସୂଚନା ଆଧାରରେ ବନ ବିଭାଗ ସେଠାରେ ପହଞ୍ଚି ହାତୀ ପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରୀଷ୍ମର ପ୍ରଖର ଟାଣ ଖରାରେ ମନଭରି ସ୍ନାନ କରିବା ପରେ ଏହି ହାତୀପଲ ଜଙ୍ଗଲ ମୁହାଁ ହୋଇଥିଲେ । ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟ ଓ ଜଳର ଅଭାବ ଯୋଗୁଁ ଏବେ ବଣୁଆ ହାତୀପଲ ଗାଁ ମୁହାଁ ହେଉଛନ୍ତି । ଏବେ ଜୁଯୋମୁରା ବ୍ଲକର ଝାଙ୍କରପାଲି ସହିତ କଂସର, ଛାମୁଣ୍ଡା, ଡ଼ଙ୍ଗରପଡା, ଘେନୁପାଲି, ବାହାମ, କବରାପାଲି, ନୁଆଁବରଙ୍ଗାମାଲ, ଗଡ଼ଲୁଇସିଂ, ଲିପିଣ୍ଡା, କେଶାପାଲି, ଜୁଯୋମୁରା, ଲିପିଣ୍ଡା ପଞ୍ଚାୟତ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରି ଆସୁଥିବା ଦେଖିବାକୁ ମିଳୁଛି । ବନ ବିଭାଗ ଜନବସତିରୁ ହାତୀପଲକୁ ଦୂରେଇ ନେବାପାଇଁ ଯେତେ ପ୍ରତିକାର କଲେ ବି ଫେଲ ମାରୁଥିବା ଦେଖିବାକୁ ମିଳୁଛି । ଫଳରେ ହାତୀ ବିତ୍ପାତରେ ଅନେକ ଚାଷୀ ନିଜ ଚାଷ ବେଉସାରୁ ମୁହଁ ଫେରାଇ ନେଲେଣି । ଅଞ୍ଚଳରେ ଏହିପରି ହାତୀ ଆତଙ୍କ ଲାଗି ରହିଲେ ସମ୍ବଲପୁର ଜିଲ୍ଲାର ଜୁଯୋମୁରା ବ୍ଲକ ଏକଦା ଚାଷଶୂନ୍ୟ ବ୍ଲକରେ ପରିଣତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।