- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ସଡକ ଦୁର୍ଘଟଣାରେ ମହିଳା ମୃତ : ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ରୋକ
ଧର୍ମଶାଳା,୧୪ଜାନୁଆରୀ - ଯାଜପୁର ଜିଲା ୫୩ ନମ୍ବର ଜାୀୟ ରାଜପଥ କବାଟବନ୍ଧ ବ୍ରାହ୍ମଣୀ ସେତୁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଜେନାପୁର ଥାନା ଅନ୍ତର୍ଗତ ମର୍ଜିତାପୁର ପଂଚାୟତ ସାଥୁଆପାଟଣା ଗ୍ରାମର ତପସ୍ୱିନୀ ସାହୁ ବୋଲି ଜଣାପଡିଛି । ମହିଳାଙ୍କ ସମ୍ପର୍କୀୟ ଭାଇ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉତ୍ୟକ୍ତ ଲୋକେ ଚଣ୍ଡିଖୋଲ-ପାରାଦୀପ ୫୩ ନଂ ଜାତୀୟ ରାଜପଥକୁ କବାଟବନ୍ଧ ନିକଟରେ ଅବରୋଧ କରିଥିଲେ ।
ସୂଚନା ମୁତାବକ, ମଜିର୍ତାପୁର ପଂଚାୟତ ସାଥୁଆପାଟଣା ଗ୍ରାମର ତପସ୍ୱିନୀ ଓ ତାଙ୍କ ସମ୍ପକୀୟ ଭାଇ ଦୁହେଁ ଏକ ବାଇକରେ ଏକ ଜରୁରୀ କାମ ସାରି ଘରକୁ ଫେରିବା ସମୟରେ ଦିନ ସାଢେ ଗୋଟେ ସମୟରେ ବ୍ରାହ୍ମଣୀ ବ୍ରୀଜ ନିକଟରେ ଏକ ବସ ସେମାନଙ୍କୁ ଧକ୍କା ଦେଇ ଥିଲା । ଫଳରେ ବାଇକ ପଛରେ ବସିଥିବା ଜଣେ ମହିଳା ଜଣକ ପଡି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପ୍ରଚାରିତ ହେବା ଫଳରେ ଉତ୍ୟକ୍ତ ଲୋକେ ୫୩ ନଂ ଜାତୀୟ ରାଜପଥକୁ ୨ ଘଂଟା କାଳ ଅବରୋଧ କରିଥିଲେ । ଫଳରେ ଉଭୟ ପାଶ୍ୱର୍ରେ ଗାଡି ଚଳାଚଳ ବନ୍ଦ ରହିଥିଲା । ମୃତକଙ୍କ ପରିବାରକୁ ପ୍ରଶାସନ କ୍ଷତି ପୁରଣ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।