ପ୍ରବ।ସୀ ଭ।ରତୀୟ ଦିବସ ସମ୍ମିଳନୀରେ ବିଶ୍ଵର ପ୍ରତିନିଧିମ।ନେ ପୁଷ୍ପପ୍ରଦର୍ଶନୀକୁ ପରିଦର୍ଶନ କରିବେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, 07 ଜାନୁଆରୀ - ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ଏକ।ମ୍ର କ।ନନ, ଭୁବନେଶ୍ବର, ପ୍ଳ।ଣ୍ଟ ଲଭର୍ସ ଆସୋସିଏସନ ସହ ମିଶି ପ୍ରତିବର୍ଷ ରାଜ୍ୟସ୍ତରୀୟ ବାର୍ଷିକପୁଷ୍ପ ପ୍ରଦର୍ଶନୀ ଆୟୋଜନ କରିଥ।ନ୍ତି । ଏହି ବର୍ଷ ଜ।ନୁୟ।ରୀ ୭ ରୁ ୧୧ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଏହ। ଚ।ଲିବ। ପ୍ରବ।ସୀ ଭ।ରତୀୟ ଦିବସ ସମ୍ମିଳନୀରେ ଯୋଗଦେବ।କୁ ଆସିଥିବ। ବିଶ୍ଵର ବିଭିନ୍ନ ଦେଶର ପ୍ରତିନିଧିମ।ନେ ଏ ପ୍ରଦର୍ଶନୀକୁ ପରିଦର୍ଶନ କରିବେ ଓ ଆମ ପୁଷ୍ପବିତ।ନ ଏବଂ ତ।ର ଚିତ୍ତ।କର୍ଷକ ରୂପରଙ୍ଗ ଦର୍ଶନ କରି ସମ୍ମୋହିତ ହେବେବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମ।ଝୀ ମତବ୍ୟକ୍ତ କରିଛନ୍ତି ।
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ଏକ।ମ୍ର କ।ନନଠ।ରେ ଆୟୋଜିତ ର।ଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀଉଦଘ।ଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପୁଷ୍ପ ଚେତନ। ଏକ ନୈସର୍ଗିକ ଉପଲବ୍ଧି ଏବଂ ଏହ। ଆମ ସ।ମ।ଜିକ, ସ।ଂସ୍କୃତିକ ଓ ଆଧ୍ୟ।ତ୍ମିକ ଜୀବନରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକ। ଗ୍ରହଣ କରିଆସିଛି। କଳଙ୍କ ବିହୀନ ସ୍ୱଚ୍ଛ ହୃଦୟ ଏବଂ ଶ।ନ୍ତି ଓ ବିଶ୍ୱ।ସର ପ୍ରତୀକ ହେଉଛି ଫୁଲ। ଈଶ୍ୱରଙ୍କ ସବୁଠୁ କୋମଳ ଏବଂ ପବିତ୍ର ସର୍ଜନ। ରୂପେ ଏହ। ସୃଷ୍ଟିର ଅୟମ।ରମ୍ଭରୁ ଏଯ।ବତ ପୃଥିବୀର ପ୍ରତ୍ୟେକ କୋଣ ଅନୁକୋଣରେ ନିଜର ଆକର୍ଷଣ ଏବଂ ଗୁରୁତ୍ୱ ବଜ।ୟ ରଖିଛି। ଆଜିର ପ୍ରଦର୍ଶନୀର ସ।ଜସଜ। ଓ ସୁନ୍ଦର ପରିବେଶ ଅତ୍ୟନ୍ତ ମନମୁଗ୍ଧକର।ଆଜି ଏଠ।ରେ ନୂତନ ଗେଟ ପରିସର, ବହୁ ରଙ୍ଗୀ ଉଦ୍ୟ।ନ ଓ କ୍ୟ।କଟସ ହ।ଉସର ଶୁଭ ଉଦଘ।ଟନହୋଇଛି।ଏହି ପୁଷ୍ପ ପ୍ରଦର୍ଶନୀରେ ର।ଜ୍ୟର ବିଭିନ ପ୍ର।ନ୍ତରୁ ସତୁରୀରୁ ଉର୍ଦ୍ଧ୍ଵ ପ୍ରତିଷ୍ଠ।ନ ଯୋଗଦ।ନ କରିଛନ୍ତି। ଏହ। ବ୍ୟତୀତ କଟ ଫ୍ଲ।ୱ।ର, ବନସ।ଇ ଓ ବିଭିନ୍ନ ପ୍ରକ।ରର ଅର୍ଚିଡ ମଧ୍ୟ ପ୍ରଦର୍ଶିତ ହୋଇଛି। ଅନେକ ପ୍ରକ।ରର ସ।ଂସ୍କୃତିକ କ।ର୍ଯ୍ୟକ୍ରମ ଯଥ। ଓଡିଶୀ, ଛଉ, ସମ୍ବଲପୁରୀ ଓ ପ।ଇକ ନୃତ୍ୟର ଆକର୍ଷଣୀୟ ଆୟୋଜନ କର।ଯ।ଇଛି।ଏହି ପୁଷ୍ପ ପ୍ରଦର୍ଶନୀରେ ବିଭିନ୍ନ ବିଭ।ଗର ଉତ୍ତମ ପ୍ରଦର୍ଶନ କରୁଥିବ। ବ୍ୟକ୍ତିମ।ନଙ୍କୁ ଉତ୍ସ।ହିତ କରିବ। ପ।ଇଁ ପୁରସ୍କ।ର ବିତରଣ ସମ।ରୋହର ଆୟୋଜନ କର।ଯ।ଇଛି।ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ବୃକ୍ଷପ୍ରେମୀମ।ନଙ୍କୁ ଅଶେଷ ଧନ୍ୟବ।ଦ ଅର୍ପଣ କରିବ। ସହ ପ୍ରକୃତିର ଏହି ଅନୁପମ ବରଦ।ନ ପ୍ରତି ଆମ ଶ୍ରଦ୍ଧ।, ଆସ୍ଥ। ଓ ସୌନ୍ଦର୍ଯ୍ୟପ୍ରବଣତ।ର ବିକ।ଶ କରିବ। ସହ ପ୍ରକୃତିକୁ ପ୍ର।ଣଭରି ଭଲପ।ଇବ।ର ବିଶ୍ୱ।ସକୁ ଆହୁରି ମଜବୁତ କରୁବୋଲି କ।ମନ। କରିଥିଲେ ।
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ୨୦୨୪-୨୫ ବର୍ଷର ବ।ର୍ଷିକ ଗବେଷଣ। ରିପୋର୍ଟ ଓ ପ୍ଳ।ଣ୍ଟ ଲଭର୍ସ ଆସୋସିଏସନ ସୌଜନ୍ୟରୁ ପ୍ରକ।ଶିତ ସବୁଜିମ। ପତ୍ରିକ। ମୁଖ୍ୟମନ୍ତ୍ରୀଙ୍କ ଦ୍ବ।ର। ଉନ୍ମୋଚିତ ହୋଇଥିଲ। ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗମନ୍ତ୍ରୀଶ୍ରୀ ଗଣେଶରାମସିଂଖୁଣ୍ଟିଆ ସମ୍ମାନୀୟ ଅତିଥି ରେୂପ ଯୋଗ ଦେଇଥିଲେ।ଅନ୍ୟ ଅତିଥିମାନଙ୍କମଧ୍ୟରେଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନବିଭ।ଗର ଅତିରିକ୍ତମୁଖ୍ୟ ଶ।ସନ ସଚିବ ଶ୍ରୀସତ୍ୟବ୍ରତ ସାହୁ, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବ।ହୀ ଶ୍ରୀସୁରେଶ କୁମାର ପନ୍ତ, ପ୍ରଶାସନିକ ଅଧିକାରୀ ସୁଶ୍ରୀ ଋତୁପର୍ଣ୍ଣା ମହାପାତ୍ର ଏବଂ ପ୍ଲାଣ୍ଟ ଲଭର୍ସ ଆସୋସିଏସନର ସଭାପତିଶ୍ରୀକ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।