Breaking News
- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ଭାରତୀୟମାନଙ୍କ 'ଏକତା' ହିଁ ଆତଙ୍କବାଦ ବିରୋଧରେ ସବୁଠାରୁ ବଡ଼ ଶକ୍ତି-ମୁଖ୍ୟମନ୍ତ୍ରୀ
FMNEWS.IN
27-04-2025
ଭୁବନେଶ୍ୱର, 27 ଏପ୍ରିଲ୍ - ଭାରତୀୟମାନଙ୍କ ଏକତା ହିଁ ଆତଙ୍କବାଦ ବିରୋଧରେ ସବୁଠାରୁ ବଡ଼ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ଦୁଃଖିତ। ଏହି ଆକ୍ରମଣ ଆତଙ୍କବାଦୀଙ୍କ କାପୁରୁଷତାକୁ ଦର୍ଶାଉଛି। କାଶ୍ମୀରକୁ ପୁଣି ଅଶାନ୍ତ କରିବା ଲକ୍ଷ୍ୟରେ ଆତଙ୍କବାଦୀ ଏଭଳି ଆକ୍ରମଣ କରିଛନ୍ତି। କିନ୍ତୁ ଦେଶର ୧୪୦ କୋଟି ଭାରତୀୟ ଆଜି ଏକଜୁଟ ହୋଇଛନ୍ତି। ଭାରତୀୟମାନଙ୍କ ଏହି ଏକତା ହିଁ ଆତଙ୍କବାଦ ବିରୋଧରେ ସବୁଠାରୁ ବଡ଼ ଶକ୍ତି। ଆତଙ୍କବାଦ ବିରୋଧରେ ଲଢ଼େଇରେ ସାରା ବିଶ୍ୱ ଭାରତ ସହିତ ଅଛି। ଏହି ଆକ୍ରମଣ ଘଟଣାରେ ପୀଡ଼ିତ ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବ। ଷଡ଼ଯନ୍ତ୍ରକାରୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି ।