Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଚାଷୀଙ୍କ ପ୍ରସଙ୍ଗରେ ଶିବରାଜଙ୍କ ପତ୍ରକୁ ନେଇ ବିଜେପିକୁ କାଠଗଡାରେ ଠିଆ କଲା ଆପ୍
FMNEWS.IN
02-01-2025
ନୂଆଦିଲ୍ଲୀ, 2 ଜାନୁଆରି:- କେନ୍ଦ୍ରୀୟ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ପକ୍ଷରୁ ଚାଷୀ ପ୍ରସଙ୍ଗରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ମାମଲାରେ ଆଜି ଆମ୍ ଆଦମୀ ପାର୍ଟି ପାଲଟା ଆକ୍ରମଣ କରି ବିଜେପି ଓ କେନ୍ଦ୍ର ସରକାରଙ୍କୁ କାଠଗଡାରେ ଠିଆ କରିଛି ।
ଆପ୍ ସାଂସଦ ସଂଜୟ ସିଂହ ଗୁରୁବାର ଏଠାରେ ପ୍ରେସମିଟରେ କହିଛନ୍ତି ଯେ, ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ତାଙ୍କ ଠାରେ ଚାଷୀଙ୍କ ସଂପର୍କରେ କଥା ହେବାରେ ଏବେ ବି ସାହସ ଅଛି । ସେମାନେ ଚାଷୀଙ୍କୁ ଅଣଦେଖା କରିଛନ୍ତି ଏବଂ ଏମଏସପି ଆଇନ ଏବେ ଯାଏ ବି ଲାଗୁ କରିନାହାନ୍ତି । ଏହା ଏହି ପାର୍ଟିର କାରଣରୁ ହେଉଛି ।
ଚାଷୀ ନେତା ଡଲ୍ଲେବାଜ ଆମରଣ ଅନଶନରେ ଅଛନ୍ତି । ଏହା ଏହି ପାର୍ଟି କାରଣରୁ ଯେ, ମହାରାଷ୍ଟ୍ରରେ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ।