Breaking News
- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ଚାଷୀଙ୍କ ପ୍ରସଙ୍ଗରେ ଶିବରାଜଙ୍କ ପତ୍ରକୁ ନେଇ ବିଜେପିକୁ କାଠଗଡାରେ ଠିଆ କଲା ଆପ୍
FMNEWS.IN
02-01-2025
ନୂଆଦିଲ୍ଲୀ, 2 ଜାନୁଆରି:- କେନ୍ଦ୍ରୀୟ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ପକ୍ଷରୁ ଚାଷୀ ପ୍ରସଙ୍ଗରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ମାମଲାରେ ଆଜି ଆମ୍ ଆଦମୀ ପାର୍ଟି ପାଲଟା ଆକ୍ରମଣ କରି ବିଜେପି ଓ କେନ୍ଦ୍ର ସରକାରଙ୍କୁ କାଠଗଡାରେ ଠିଆ କରିଛି ।
ଆପ୍ ସାଂସଦ ସଂଜୟ ସିଂହ ଗୁରୁବାର ଏଠାରେ ପ୍ରେସମିଟରେ କହିଛନ୍ତି ଯେ, ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ତାଙ୍କ ଠାରେ ଚାଷୀଙ୍କ ସଂପର୍କରେ କଥା ହେବାରେ ଏବେ ବି ସାହସ ଅଛି । ସେମାନେ ଚାଷୀଙ୍କୁ ଅଣଦେଖା କରିଛନ୍ତି ଏବଂ ଏମଏସପି ଆଇନ ଏବେ ଯାଏ ବି ଲାଗୁ କରିନାହାନ୍ତି । ଏହା ଏହି ପାର୍ଟିର କାରଣରୁ ହେଉଛି ।
ଚାଷୀ ନେତା ଡଲ୍ଲେବାଜ ଆମରଣ ଅନଶନରେ ଅଛନ୍ତି । ଏହା ଏହି ପାର୍ଟି କାରଣରୁ ଯେ, ମହାରାଷ୍ଟ୍ରରେ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ।