Breaking News
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
- ବଜେଟ୍ ଗରିବ ବିରୋଧି : କଂଗ୍ରେସ
- ଚଳିତ କେନ୍ଦ୍ରୀୟ ବଜେଟ ସମ୍ପୂର୍ଣ୍ଣ ଶ୍ରମିକ କର୍ମଚାରୀ ବିରୋଧୀ : ଏଆଇଟିୟୁସି
ବିହାରର 42ତମ ରାଜ୍ୟପାଳ ଭାବେ ଶପଥ ନେଲେ ଆରିଫ୍ ମହମ୍ମଦ ଖାନ୍
FMNEWS.IN
02-01-2025
ପାଟଣା, 2 ଜାନୁଆରି- ଆରିଫ୍ ମହମ୍ମଦ ଖାନ ଗୁରୁବାର ବିହାରର 42ତମ ରାଜ୍ୟାପଳ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି କୃଷ୍ଣନ ବିନୋଦ ଚନ୍ଦ୍ରନ ତାଙ୍କୁ ଶପଥ ପାଠ କରାଇଛନ୍ତି ।
ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ବିଧାନସଭା ବାଚସ୍ପତି ନନ୍ଦ କିଶୋର ଯାଦବ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ଅନ୍ୟ ମନ୍ତ୍ରୀ ସାମିଲ ହୋଇଥିଲେ । ଶପଥ ଗ୍ରହଣ ସମାରୋହ ପରେ ଆରିଫ କହିଛନ୍ତି ଯେ, ବିହାରରେ ଅନେକ ପ୍ରତିଭା ରହିଛି । ବିହାରର ଲୋକେ ବେଶ୍ ଉର୍ଜାବାନ ଅଟନ୍ତି । ଦେଶରେ ବିହାରରେ ଲୋକଙ୍କ ବଡ ଭୂମିକା ରହିଛି । ସେ କହିଛନ୍ତି ଯେ, ବିହାରର ବିକାଶ ପାଇଁ ଯାହା ବି ସମ୍ଭବ ହେବ, ସେ ସରକାରଙ୍କ ସହ ମିଳିତ ଭାବେ ନିଶ୍ଚିତ କରିବେ ।