Breaking News
- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ବିହାରର 42ତମ ରାଜ୍ୟପାଳ ଭାବେ ଶପଥ ନେଲେ ଆରିଫ୍ ମହମ୍ମଦ ଖାନ୍
FMNEWS.IN
02-01-2025
ପାଟଣା, 2 ଜାନୁଆରି- ଆରିଫ୍ ମହମ୍ମଦ ଖାନ ଗୁରୁବାର ବିହାରର 42ତମ ରାଜ୍ୟାପଳ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି କୃଷ୍ଣନ ବିନୋଦ ଚନ୍ଦ୍ରନ ତାଙ୍କୁ ଶପଥ ପାଠ କରାଇଛନ୍ତି ।
ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ବିଧାନସଭା ବାଚସ୍ପତି ନନ୍ଦ କିଶୋର ଯାଦବ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ଅନ୍ୟ ମନ୍ତ୍ରୀ ସାମିଲ ହୋଇଥିଲେ । ଶପଥ ଗ୍ରହଣ ସମାରୋହ ପରେ ଆରିଫ କହିଛନ୍ତି ଯେ, ବିହାରରେ ଅନେକ ପ୍ରତିଭା ରହିଛି । ବିହାରର ଲୋକେ ବେଶ୍ ଉର୍ଜାବାନ ଅଟନ୍ତି । ଦେଶରେ ବିହାରରେ ଲୋକଙ୍କ ବଡ ଭୂମିକା ରହିଛି । ସେ କହିଛନ୍ତି ଯେ, ବିହାରର ବିକାଶ ପାଇଁ ଯାହା ବି ସମ୍ଭବ ହେବ, ସେ ସରକାରଙ୍କ ସହ ମିଳିତ ଭାବେ ନିଶ୍ଚିତ କରିବେ ।