- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବ୍ୟାପୀ ପାଳନ ହେବ ଅଟଳ ବିହାରୀଙ୍କ ଜନ୍ମ ଶତ ବାର୍ଷିକୀ କାର୍ଯ୍ୟକ୍ରମ
ଭୁବନେଶ୍ୱର, 25 ଡିସେମ୍ବର :-ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଶତାବ୍ଦୀ ସମାରୋହରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଅଭିଭାଷଣ ରଖିଛନ୍ତି । ଅଟଳ ବିହାରୀଙ୍କ ଜନ୍ମ ଶତ ବାର୍ଷିକୀ କାର୍ଯ୍ୟକ୍ରମ ବର୍ଷ ବ୍ୟାପୀ ପାଳନ କରିବ ବିଜେପି । ରାଜ୍ୟସ୍ତର ଠାରୁ ଆରମ୍ଭ କରି ବୁଥ ସ୍ତର, କଲେଜ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯିବ । ସୁଶାସନ ଦିବସ 2014 ମସିହାରୁ ପାଳନ ହୋଇଆସୁଛି ।
କଂଗ୍ରେସ ସରକାର ସମୟରେ ବିଜେପିକୁ ତାତ୍ସଲ୍ୟ କରାଯାଉଥିଲା । ଆଗରୁ ଭାରତ ବିଷୟରେ ବିଶ୍ଵ ସ୍ତର ଖବର କାଗଜରେ ଛୋଟ ଖବର ବାହାରୁ ଥିଲା । ପରମାଣୁ ପରୀକ୍ଷଣ ବେଳେ ଅଟଳ ବିହାରୀ ବାଜପେୟୀଙ୍କ ନାଁ ବିଶ୍ଵ ସ୍ତର ଖବର କାଗଜ ପ୍ରଥମ ପୃଷ୍ଠାରେ ବାହାରିଲା । ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା କରିଥିଲେ ବାଜପେୟୀ । ଓଡ଼ିଶାର ପ୍ରତ୍ୟେକ ବିପତ୍ତି ସମୟରେ ଓଡ଼ିଶା ସହ ଛିଡା ହୋଇଥିଲେ । 1980 ମସିହାରେ 6 ଦିନ ଓଡ଼ିଶାରେ ରହି ସଭା ସମିତି କରିଥିଲେ ।ଓଡ଼ିଶାରେ ଅଏଲ ରିଫାଇନରି, ଏମ୍ସ, ଆଇଆଇଟି, ଜାତୀୟ ରାଜପଥ ପାଇଁ ଅଟଳଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଛନ୍ତି।