- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
5ଟି ମାମଲାରେ ଦୋଷ ମୁକ୍ତ ହେବା ପରେ ବର୍ଷିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର, 8 ଜାନୁଆରି- 5ଟି ମାମଲାରେ ଦୋଷ ମୁକ୍ତ ହେବା ପରେ ବର୍ଷିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । କହିଲେ ମତେ ଫସେଇବା ପାଇଁ ଯେଉଁ ଯୋଜନା କରିଥିଲେ କୋର୍ଟ ମତେ ରିଲିଫ ଦେଇଛନ୍ତି । ପୁଅ ଝିଅଙ୍କୁ ସ୍କୁଲରେ ପାଠ ପଢିଲା ବେଳେ ଅନେକ କଥା କହିଥିଲେ । ଗୋପଳପୁର ଲୋକ ନ୍ୟାୟରୁ ବଞ୍ଚିତ ହୋଇଥିଲେ । ନିର୍ବାଚିତ ପ୍ରତିନିଧି ହିସାବରେ ବହୁ କାମ କରିବାରୁ ବଞ୍ଚିତ ହେଉଥିଲି । କ୍ରାଇମବ୍ରାଞ୍ଚ ଓ ଭିଜଲାନ୍ସର ଦୁଇଟି କେସ ଅଛି ହେଲେ 5 ଟି ମାମଲାରୁ ନିର୍ଦୋଷରେ ଖଲାସ ହେବା ପରେ ଆଶ୍ବସ୍ତି ମିଳିଛି । ଜନ ବିରୋଧୀ ବୋଲି ମୋ ଉପରେ ଆରୋପ ଲାଗିଥିଲା । ଜେଲରୁ ବାହାରିବା ପରେ ମତେ କଡା ପ୍ରଶ୍ନ କରାଯାଇଛି । ହେଲେ ସବୁ ଶ୍ରେୟ ଗଣମାଧ୍ୟମକୁ ଦେବି । ସେମାନେ ସତକୁ ସାମ୍ନାକୁ ଆଣିଲେ । ଯିଏ ମତେ ବାହାର କରିଥିଲେ ସେମାନଙ୍କୁ ଓଡିଶା ବାସୀ ବାହାର କଲେ । ନବୀନଙ୍କ ଡ୍ୟୁଟି ବହୁତ ଥିଲା । ଜଣେ ବିଧାୟକ ଗିରଫ ହେଲା କିନ୍ତୁ ଗୃହ ମନ୍ତ୍ରୀ ହିସାବରେ ନିରବ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଦେଶ ନ ହେଲେ କେହି କିଛି କରିବେନି । ଜେଲ ଭିତରେ ବି ମତେ ହଇରାଣ କରାଯାଇଛି । ବିଜେଡି ପାଞ୍ଜି ମୋ ପାଖରେ , ଆଗକୁ ସବୁ ଖୋଲିବି ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।