- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
5ଟି ମାମଲାରେ ଦୋଷ ମୁକ୍ତ ହେବା ପରେ ବର୍ଷିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର, 8 ଜାନୁଆରି- 5ଟି ମାମଲାରେ ଦୋଷ ମୁକ୍ତ ହେବା ପରେ ବର୍ଷିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । କହିଲେ ମତେ ଫସେଇବା ପାଇଁ ଯେଉଁ ଯୋଜନା କରିଥିଲେ କୋର୍ଟ ମତେ ରିଲିଫ ଦେଇଛନ୍ତି । ପୁଅ ଝିଅଙ୍କୁ ସ୍କୁଲରେ ପାଠ ପଢିଲା ବେଳେ ଅନେକ କଥା କହିଥିଲେ । ଗୋପଳପୁର ଲୋକ ନ୍ୟାୟରୁ ବଞ୍ଚିତ ହୋଇଥିଲେ । ନିର୍ବାଚିତ ପ୍ରତିନିଧି ହିସାବରେ ବହୁ କାମ କରିବାରୁ ବଞ୍ଚିତ ହେଉଥିଲି । କ୍ରାଇମବ୍ରାଞ୍ଚ ଓ ଭିଜଲାନ୍ସର ଦୁଇଟି କେସ ଅଛି ହେଲେ 5 ଟି ମାମଲାରୁ ନିର୍ଦୋଷରେ ଖଲାସ ହେବା ପରେ ଆଶ୍ବସ୍ତି ମିଳିଛି । ଜନ ବିରୋଧୀ ବୋଲି ମୋ ଉପରେ ଆରୋପ ଲାଗିଥିଲା । ଜେଲରୁ ବାହାରିବା ପରେ ମତେ କଡା ପ୍ରଶ୍ନ କରାଯାଇଛି । ହେଲେ ସବୁ ଶ୍ରେୟ ଗଣମାଧ୍ୟମକୁ ଦେବି । ସେମାନେ ସତକୁ ସାମ୍ନାକୁ ଆଣିଲେ । ଯିଏ ମତେ ବାହାର କରିଥିଲେ ସେମାନଙ୍କୁ ଓଡିଶା ବାସୀ ବାହାର କଲେ । ନବୀନଙ୍କ ଡ୍ୟୁଟି ବହୁତ ଥିଲା । ଜଣେ ବିଧାୟକ ଗିରଫ ହେଲା କିନ୍ତୁ ଗୃହ ମନ୍ତ୍ରୀ ହିସାବରେ ନିରବ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଦେଶ ନ ହେଲେ କେହି କିଛି କରିବେନି । ଜେଲ ଭିତରେ ବି ମତେ ହଇରାଣ କରାଯାଇଛି । ବିଜେଡି ପାଞ୍ଜି ମୋ ପାଖରେ , ଆଗକୁ ସବୁ ଖୋଲିବି ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।