Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନିଜ ଦଳକୁ ବଞ୍ଚେଇବାକୁ ଆନ୍ଦୋଳନର ଡ଼ାକରା ଦେଇଛି ବିଜେଡି- ବିଜେପି
FMNEWS.IN
03-01-2025
ଭୁବନେଶ୍ୱର, 3 ଜାନୁଆରି(FMNEWS): - ଆସନ୍ତା 6ରେ ଦରଦାମ୍ ବୃଦ୍ଧିକୁ ନେଇ ବିଜେଡିର ବିକ୍ଷୋଭ ପ୍ରସଙ୍ଗ। ବିଜେପି ବିଧାୟକ ଅଶୋକ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନିଜ ଦଳକୁ ବଞ୍ଚେଇବାକୁ ଆନ୍ଦୋଳନର ଡ଼ାକରା ଦେଇଛି ବିଜେଡି ।
ଦରଦାମ୍ ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ମନୁଷ୍ୟକୃତ ଭାବେ ଦରଦାମ୍ ବୃଦ୍ଧି କରାଯାଉଛି। ସେଥିପାଇଁ ସରକାର ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି। ବିଜେଡି ଆନ୍ଦୋଳନ ଲୋକଙ୍କ ପାଇଁ କରୁଛନ୍ତି ନା ନିଜ ଦଳକୁ ବଞ୍ଚାଇବା ପାଇଁ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।