- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
୨୦୨୫ ରେ ଲୋକଙ୍କ ସହ ରହି ସେମାନଙ୍କ ସ୍ୱର ହେବାକୁ ବିଜେଡି ପ୍ରତିଶ୍ରୁତିବଦ୍ଧ- ବିଜେଡି
(FMNews):-- ବର୍ଷ ୨୦୨୪ ର ଅନୁଭୂତି ବଖାଣିବା ସହ ୨୫ର ଚ୍ୟାଲେଞ୍ଜ ବିଷୟରେ ବୟାନ ରଖିଲେ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ । ପ୍ରତିକ୍ରିୟା ରଖି ପ୍ରଦୀପ କହିଛନ୍ତି ୨୦୨୪ ବିଜେଡି ପାଇଁ ଶୁଭଙ୍କର ନଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କାହିଁକି ନା ଆମେ ୨୦୨୪ ନିର୍ବାଚନରେ ପରାଜୟର ବାଟ ଦେଖିଛୁ । କିନ୍ତୁ ୨୦୨୫ ରେ ଲୋକଙ୍କ ସହ ରହି ସେମାନଙ୍କ ସ୍ୱର ହେବାକୁ ବିଜେଡି ପ୍ରତିଶ୍ରୁତିବଦ୍ଧ । ନିର୍ବାଚନ ମଣ୍ଡଳୀ ୱାରୀ ଦୁଇ ଗୋଷ୍ଠୀରେ ବିଭକ୍ତ ହେବା ଦଳ ପାଇଁ ଶୁଭଙ୍କର ନୁହେଁ ତେଣୁ ଦଳର ଗୋଷ୍ଠୀ ବିବାଦ କେମିତି ସମାଧାନ କରାଯାଇ ପାରିବ, କର୍ମକର୍ତ୍ତାଙ୍କ ଭିତରେ ସୃଷ୍ଟି ହେଉଥିବା ବିଶୃଙ୍ଖଳା କିମ୍ବା ମନାନ୍ତରକୁ ସମାଧାନ କରିବା, ସଭାପତିଙ୍କ ଏକଜୁଟର ମନ୍ତ୍ରକୁ କିଭଳି ଠିକ ଭାବେ କାର୍ଯ୍ୟକାରୀ କରାଯାଇପାରିବ ଏବଂ ସମସ୍ତେ କିପରି ଏକଜୁଟ ହୋଇ କି ଦଳ ପାଇଁ କାମ କରିବେ ତାହା ୨୦୨୫ ରେ ଆମ ପାଇଁ ଚ୍ୟାଲେଞ୍ଜ ହେବ । ତେଣୁ ତାକୁ ଯଥାଶୀଘ୍ର ସମାଧାନ କରିପାରିଲେ ଆମ ଦଳ ଆଗେଇବ । ଅନେକ ନେତା ସରକାରୀ ଦଳ ପ୍ରତି ଆକର୍ଷିତ ହୋଇ ଦଳ ଛାଡ଼ୁଛନ୍ତି ଏବଂ ବହୁତ ନେତା ବାଧ୍ୟ ବାଧକତା ତଥା ଭିଜିଲାନ୍ସ ଡ଼ରରେ ଦଳ ଛାଡ଼ୁଛନ୍ତି ତେଣୁ ତାଙ୍କୁ ରୋକିପାରିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ବହୁତ ଭଲ ରେଜଲ୍ଟ କରିବ ବୋଲି ପ୍ରଦୀପ ଦିଶାରୀ କହିଛନ୍ତି।