BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ବିଜେଡି ବର୍ତ୍ତମାନ ଧୀରେ ସୁସ୍ଥେ ଗତି କରୁଛି- ମନ୍ମଥ ରାଉତରାୟ

FMNEWS.IN 25-01-2025
BJD is slowly recovering now - Manmeth Rautaraiya

ଭୁବନେଶ୍ୱର, 25 ଜାନୁଆରି - ସବୁ ଦଳରେ ସମାନ ଚିନ୍ତାଧାରା ବ୍ୟକ୍ତି ବିଶେଷ ମାନେ ଏକାଠି ହେବେ |ବୟସ ଓ ଅନୁଭବ ହିସାବରେ ଏକାଠି ହେବେ | ବିଜେଡି ବର୍ତ୍ତମାନ ଧୀରେ ସୁସ୍ଥେ ଗତି କରୁଛି | ସ୍ଲୋ ଏଣ୍ଡ ଷ୍ଟଡି ରେ ଗତି କରୁଛି ବିଜେଡି ବୋଲି କହିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ |ଭୁଲ ହେଇଛି ଆଉ ଭୁଲ ହେବନି |ଏତେ ଭଲ କାମ କଲା ପରେ ବି ଏମିତି ରିଜଲ୍ଟ | କଣ ଭୁଲ, କେଉଁଠି ଭୁଲ ରହିଲା, କେଉଁ ନେତୃତ୍ୱ ରେ ଭୁଲ ରହିଲା କିଏ ମିସ କଣ ନିଷ୍ପତି ଭୁଲ ରହିଲା | ଯେଉଁମାନେ ଏକାଠି ହେଉଛନ୍ତି ଭଲ କଥା | ସିନିୟର ମାନେ ଏକାଠି ହେଲେ ତାଙ୍କଠୁଁ କିଛି ଶୁଣିବାର ଅଛି | ବହୁତ ଚିନ୍ତନ ହେଉଛି | କଷ୍ଟ ମଷ୍ଟେ ଭଲ ନିଷ୍ପତି ମାର୍ଚ୍ଚ ସୁଦ୍ଧା ହେବ | 20 ବର୍ଷ କାମ କରିକି ଖାଲି ଭାବିବେ ଯୁବକ ଆସିବେ ଯେଉଁମାନଙ୍କର ଅନୁଭବ ନଥିବ ତାହା ଗ୍ରହଣୀୟ ନୁହେଁ |ଯିଏ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିପାରୁଥିବ ତାକୁ ଖୋଜିବାରେ ଅଛି | ଆମକୁ ଯୁବକ ଆଉ ଅନୁଭବୀ ନେତା ଦରକାର | ଯିଏ କହୁଛନ୍ତି ବିଜେଡି କୁ ଯୁବ ନେତୃତ୍ୱ ଦରକାର ତାହା ସମ୍ପୂର୍ଣ ଭୁଲ | ପ୍ରପର ଟିମ ଦରକାର | ଯେଉଁ ଟିମ ଥିଲେ ପରିବର୍ତ୍ତନ ଦରକାର | ତାଙ୍କୁ ସୁଯୋଗ ମିଳିଥିଲା |ଏବେ ନୂଆ ଟିମ ଗଠନ ହୋଇପାରେ |ସମସ୍ତେ ମିଶିକି ରହିବା ଦରକାର |ଗୋଟିଏ ବର୍ଗର ଟିମ ରହିବେ ଏହା ଭୁଲ|ଯେଉଁ ମାନେ ଦାୟିତ୍ୱରେ ଅଛନ୍ତି ଆଡହକ ରେ ଅଛନ୍ତି |ନବୀନ ସବୁ ନିଜେ ମିଟିଙ୍ଗ ନେଉଛନ୍ତି | କିଛି ମାତ୍ରାରେ ବିଜେଡିରେ ଅଂହକାର ବଢିଥିଲା |ସମସ୍ତେ ଭାବୁଥିଲେ ନବୀନ ପଟ୍ଟନାୟକଙ୍କ ନାରେ କିଏ ବି ଜିତିପାରିବ | ଲୋକଙ୍କ ପାଖକୁ ନ ଯାଇ ଫୋନରେ ବୁଝିଦେଉଥିଲେ ଅଂହକାର ବଢିଯାଇଥିଲା | ତାର କ୍ଷତି ନବୀନଙ୍କୁ ଭୋଗିବାକୁ ପଡୁଛି ବୋଲି କହିଛନ୍ତି ମନ୍ମଥ ରାଉତରାୟ |