Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ହଂସିତାଙ୍କ ସହ ବିଜେଡି ନେତାଙ୍କର ରହିଛି ସମ୍ପର୍କ-ବିଜେପି
FMNEWS.IN
12-01-2025
ଭୁବନେଶ୍ୱର, 12 ଜାନୁଆରି - ହଂସିତାଙ୍କ ସହ ବିଜେଡି ନେତାଙ୍କର ରହିଛି ସମ୍ପର୍କ । କଳାହାଣ୍ଡିର ବିଜେଡି ନେତା ତଥା ତତ୍କାଳୀନ ଶିଳ୍ପ ମନ୍ତ୍ରୀଙ୍କ ସହ ହଂସିତାଙ୍କ ସମ୍ପର୍କ ଥିବାର ଅଭିଯୋଗ ଆଣିଲେ ବିଜେପି ସାଂସଦ ପ୍ରଦୀପ ପୁରୋହିତ । ପ୍ରଦୀପ ପୁରୋହିତ କହିଛନ୍ତି ଶିଳ୍ପ ବିଭାଗ ନୀତି ନିୟମ ବାହାରେ ଅନେକ କାମ ହଂସିତାଙ୍କୁ ଦିଆଯାଇଛି । ଏଥିରେ ଶହ ଶହ କୋଟି ଟଙ୍କାର ଲୁଟ ହୋଇଛି । ଏହି ଘଟଣାରେ ତତ୍କାଳୀନ ମନ୍ତ୍ରୀ ତଥା ବିଜୁ ଜନତାର ବିଧାୟକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।