- ଶହେ ବର୍ଷ ପୂରିଲା ଭଦ୍ରକର ମା’ ପଥରକାଳୀଙ୍କ ପୂଜା
- ବିଜେପି ଶାସନରେ ଚାଷୀ ସବୁଠୁ ବେଶି ଅବହେଳିତ: ଭକ୍ତ
- ମୁଖ୍ୟମନ୍ତ୍ରୀଙ୍କ ଗସ୍ତଦିନ ଟ୍ରେନ୍ରୁ ଟଙ୍କା ଜବତ ହେଲା; କଂଗ୍ରେସ ମୁଣ୍ଡରେ ଅଠା ବୋଳିବାର ହୀନ ଚକ୍ରାନ୍ତରେ ମାତିଛି...
- ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ ଏବଂ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ...
- ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ବିଜେଡିର ବିଧାୟକ ଦଳ ବୈଠକରେ ସରକାରକୁ ଘେରିବାକୁ ରଣନୀତି

ଭୁବନେଶ୍ୱର: ବିଧାନସଭାରେ ଶାସକ ଦଳକୁ ଘେରିବ ବିଜେଡି। ବିଭିନ୍ନ ପ୍ରସଙ୍ଗରେ ଉଠାଇ ବିଧାନସଭାରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଆଜି ଏହାକୁ ନେଇ ବିଜେଡି ବିଧାୟକ ଦଳ ବୈଠକ ଶଙ୍ଖ ଭବନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିଲା। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ନାରୀ ନିର୍ଯ୍ୟାତନା ବଢୁଛି। ବିଧାନସଭାରେ ବିଜେଡି ଏହାକୁ ପ୍ରମୁଖ ପ୍ରସଙ୍ଗ ଭାବେ ଉଠାଇବ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
ବିଜେପି ସରକାରଙ୍କ ୯ ମାସ ମଧ୍ୟରେ ରାଜ୍ୟର ଅର୍ଥବ୍ୟବସ୍ତା ତଳକୁ ଖସିଛି। ଡବଲ ଇଞ୍ଜିନ ସରକାର କେନ୍ଦ୍ର ଓଡ଼ିଶାକୁ ଅବହେଳା କରିଛି। ରେଳ ଅନୁଦାନ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କରାଯାଉଛି। ଚାଷୀ ଏବଂ ଚାଷ ପ୍ରସଙ୍ଗ ଏବେ ରାଜ୍ୟରେ ପ୍ରମୁଖ ସମସ୍ୟା। ମଣ୍ଡି ଅବ୍ୟବସ୍ଥା କଟନି ଚଟନୀ ପ୍ରସଙ୍ଗକୁ ବିଧାନସଭାରେ ପ୍ରମୁଖ ପ୍ରସଙ୍ଗ କରିବ ବିଜେଡି। ବିଜେଡି ଓଡ଼ିଶାର ସର୍ବଶ୍ରେଷ୍ଠ ବିରୋଧୀ ଦକ ଭାବେ ଓଡ଼ିଶା ବାସୀଙ୍କ ଆକ୍ରୋଶ ବିଧାନସଭାରେ ଉପସ୍ଥାପନ କରିବ ବିଜୁ ଜନତା ଦଳ ।