Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଖୁବ ଶୀଘ୍ର ଶେଷ ହେବ ବିଜେଡି ସାଂଗଠନିକ ନିର୍ବାଚନ
FMNEWS.IN
26-01-2025
ଭୁବନେଶ୍ୱର, 26 ଜାନୁୟାରୀ - ବିଜେଡି ସାଂଗଠନିକ ନିର୍ବାଚନ ଖୁବ ଶୀଘ୍ର ଶେଷ ହେବ ବୋଲି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ସାଂଗଠନିକ କାର୍ଯ୍ୟକଳାପ ଦଳର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସବୁ ବର୍ଷ ନିର୍ଦ୍ଧାରିତ ସମୟରେ ଆମ ନିର୍ବାଚନ ହୁଏ। ଯେହେତୁ କୋଭିଡ ପରେ ସାଧାରଣ ନିର୍ବାଚନ ଥିଲା ତେଣୁ ଆମେ ନିର୍ବାଚନ କମିଶନଙ୍କୁ ଆସନ୍ତା 24 ଶେଷ ବେଳକୁ ଏହି ପ୍ରକ୍ରିୟାକୁ ଆଗକୁ ନେବୁ। ସେହି ଅନୁସାରେ ଆମେ ପ୍ରକ୍ରିୟାକୁ ଆଗକୁ ନେଇଛୁ। ଆମର 10 ରୁ 12 ସପ୍ତାହ ମଧ୍ୟରେ ଏ ପ୍ରକ୍ରିୟା ଶେଷ ହେବ। ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଜିଲ୍ଲା ନିର୍ବାଚନ ଅଧିକାରୀ ମାନଙ୍କ ନାଁ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିବେ। ତା ପରେ କ୍ଷେତ୍ରିୟ ଅଧିକାରୀଙ୍କ ଘୋଷଣା ହେବ।