Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଖୁବ ଶୀଘ୍ର ଶେଷ ହେବ ବିଜେଡି ସାଂଗଠନିକ ନିର୍ବାଚନ
FMNEWS.IN
26-01-2025
ଭୁବନେଶ୍ୱର, 26 ଜାନୁୟାରୀ - ବିଜେଡି ସାଂଗଠନିକ ନିର୍ବାଚନ ଖୁବ ଶୀଘ୍ର ଶେଷ ହେବ ବୋଲି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ସାଂଗଠନିକ କାର୍ଯ୍ୟକଳାପ ଦଳର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସବୁ ବର୍ଷ ନିର୍ଦ୍ଧାରିତ ସମୟରେ ଆମ ନିର୍ବାଚନ ହୁଏ। ଯେହେତୁ କୋଭିଡ ପରେ ସାଧାରଣ ନିର୍ବାଚନ ଥିଲା ତେଣୁ ଆମେ ନିର୍ବାଚନ କମିଶନଙ୍କୁ ଆସନ୍ତା 24 ଶେଷ ବେଳକୁ ଏହି ପ୍ରକ୍ରିୟାକୁ ଆଗକୁ ନେବୁ। ସେହି ଅନୁସାରେ ଆମେ ପ୍ରକ୍ରିୟାକୁ ଆଗକୁ ନେଇଛୁ। ଆମର 10 ରୁ 12 ସପ୍ତାହ ମଧ୍ୟରେ ଏ ପ୍ରକ୍ରିୟା ଶେଷ ହେବ। ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଜିଲ୍ଲା ନିର୍ବାଚନ ଅଧିକାରୀ ମାନଙ୍କ ନାଁ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିବେ। ତା ପରେ କ୍ଷେତ୍ରିୟ ଅଧିକାରୀଙ୍କ ଘୋଷଣା ହେବ।