- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ବରୁହାଁଠାରେ ବିଜେଡିର ଜନଜାଗରଣ ଅଭିଯାନ : ବିଜେପି ଉପରେ ବର୍ଷିଲା ବିଜେଡି
(FM News):-- ଯାଜପୁର ଜିଲା ବରୁହାଁ ଦଶହରା ପଡିଆରେ ଆଜି ବିଜୁ ଜନତା ଦଳର ଜନ ଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା । ୧ ବର୍ଷର ସରକାରକୁ କଡା ସମାଲୋଚନା କରିବା ସହ ଏହାକୁ ଆଗକୁ ଆହୁରୀ ତୀବ୍ରତର କରାଯିବ ବୋଲି କହିଛି ବିଜେଡି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆୟୋଜିତ ସମାବେଶରେ ମହିଳା ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ସଭାପତିତ୍ୱରେ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ,ପ୍ରତାପ ଦେବ,ଅରୁଣ ସାହୁ,ଦେବୀ ପ୍ରସାଦ ମିଶ୍ର,ସଂଜୟ କୁମାର ଦାସବର୍ମା,ବ୍ୟମକେଶ ରାୟ,ଦିବ୍ୟ ରଂଜନ ତ୍ରିପାଠୀ,ପ୍ରଣବ କୁମାର ବଳବନ୍ତରାୟ,ସନ୍ତରୂପ୍ତ ମିଶ୍ର,ପ୍ରଫୁଲ୍ଲ ସାମଲ,ସରୋଜ କୁମାର ମହାପାତ୍ର,ସ୍ନୋଙ୍ଗିନୀ ଛୁରିଆ,ଟୁକୁନି ସାହୁ,ରାଜଶ୍ରୀ ମଲ୍ଲିକ,ସୁଜାତା ସାହୁ,ସୁଲୋଚନା ଦାସ,ଲେଖାଶ୍ରୀ ସାମନ୍ତସିଂହାର,ଲୋପାମୁଦ୍ର ବକ୍ସିପାତ୍ର,ରାଜ୍ୟ ସଭା ସାଂସଦ ସୁଲତା ଦେଓ,ପୂର୍ବତନ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ,ସୁବାଶିନୀ ଜେନା,ଗୀତା ବସ୍ତିଆ ଓ ଉର୍ମୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ନବୀନ ସରକାରଙ୍କ ସହ ବିଜେପି ଆକାଶ ପାତାଳ ଫରକ । ରଙ୍ଗ ବୋଳା ସରକାର,ମିଥ୍ୟା ପ୍ରତିଶ୍ରୃତି ଦେଇ ସରକାରକୁ ଆସିଛି ବିଜେପି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ,ନାରୀ ସୁରକ୍ଷିତ ନୁହେଁ,ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ,ବାଲି,ଖଣି ଖାଦାନରେ ଲୁଟ ଚାଲିଛି । ନିକଟ ଭବିବଷ୍ୟତରେ ଲୋକଙ୍କ ନିକଟରେ ବିଫଳତାର କାହାଣୀ ପଂହଚାଇବ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ମହିଳା ସାମିଲ ହୋଇଥିଲେ ।