Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପୋଲିସର ଅଗଣତାନ୍ତ୍ରିକ କାର୍ଯ୍ୟ ବିରୁଦ୍ଧରେ ବିଜେଡି ପକ୍ଷରୁ ଡିଜିପିଙ୍କୁ ସ୍ମାରକପତ୍ର ପ୍ରଦାନ
FMNEWS.IN
11-01-2025
ଭୁବନେଶ୍ଵର :ଝାରସୁଗୁଡ଼ା ଜିଲ୍ଲାର କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟକୁ ନ କରାଇଦେବା ପାଇଁ ପୋଲିସ୍ ଅଗଣତାନ୍ତ୍ରିକ, ବେଆଇନ ଓ ଗଣତନ୍ତ୍ରକୁ କଣ୍ଠରୋଧ କରିବା ବିରୁଦ୍ଧରେ ରାଜ୍ୟ ପୋଲିସ୍ ମହାନିଦେ୍ର୍ଦଶକଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛି ବିଜେଡିର ପ୍ରତିନିଧି ମଣ୍ଡଳୀ ।
ଦେବୀ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ପ୍ରମିଳା ମଲ୍ଲିକ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଲେଖାଶ୍ରୀ ସାମନ୍ତସିଂହାର, ଡଃ ଲେନିନ୍ ମହାନ୍ତି, ମିହିର ରାୟ, ତୁମ୍ବନାଥ ପଣ୍ଡା, ଇପସୀତା ସାହୁ ପ୍ରମୁଖ ରାଜ୍ୟ ପୋଲିସ୍ ମହାନିଦେ୍ର୍ଦଶକଙ୍କୁ ଭେଟିଥିଲେ ।
ବିଜେପି ତଥା ସରକାରୀ ଦଳ ପରାଜୟ ଭୟରେ ଏଭଳି କାର୍ଯ୍ୟ କରିଛି । ପୋଲିସ୍ ସରକାରୀ ଦଳର ହାତବାରିସି ସାଜି ଏଭଳି କାର୍ଯ୍ୟ କରୁଛି । ଏହାକୁ ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରୁଛି ।