BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ପୋଲିସର ଅଗଣତାନ୍ତ୍ରିକ କାର୍ଯ୍ୟ ବିରୁଦ୍ଧରେ ବିଜେଡି ପକ୍ଷରୁ ଡିଜିପିଙ୍କୁ ସ୍ମାରକପତ୍ର ପ୍ରଦାନ

FMNEWS.IN 11-01-2025
BJD submits memorandum to DGP against undemocratic actions of Border Police

ଭୁବନେଶ୍ଵର :ଝାରସୁଗୁଡ଼ା ଜିଲ୍ଲାର କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟକୁ ନ କରାଇଦେବା ପାଇଁ ପୋଲିସ୍ ଅଗଣତାନ୍ତ୍ରିକ, ବେଆଇନ ଓ ଗଣତନ୍ତ୍ରକୁ କଣ୍ଠରୋଧ କରିବା ବିରୁଦ୍ଧରେ ରାଜ୍ୟ ପୋଲିସ୍ ମହାନିଦେ୍ର୍ଦଶକଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛି ବିଜେଡିର ପ୍ରତିନିଧି ମଣ୍ଡଳୀ ।

ଦେବୀ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ପ୍ରମିଳା ମଲ୍ଲିକ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଲେଖାଶ୍ରୀ ସାମନ୍ତସିଂହାର, ଡଃ ଲେନିନ୍ ମହାନ୍ତି, ମିହିର ରାୟ, ତୁମ୍ବନାଥ ପଣ୍ଡା, ଇପସୀତା ସାହୁ ପ୍ରମୁଖ ରାଜ୍ୟ ପୋଲିସ୍ ମହାନିଦେ୍ର୍ଦଶକଙ୍କୁ ଭେଟିଥିଲେ ।

ବିଜେପି ତଥା ସରକାରୀ ଦଳ ପରାଜୟ ଭୟରେ ଏଭଳି କାର୍ଯ୍ୟ କରିଛି । ପୋଲିସ୍ ସରକାରୀ ଦଳର ହାତବାରିସି ସାଜି ଏଭଳି କାର୍ଯ୍ୟ କରୁଛି । ଏହାକୁ ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରୁଛି ।