- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ବିଜୁ ବାବୁଙ୍କୁ କେବଳ ଦଳରେ ସୀମିତ ରଖିବାକୁ ଚାହୁଁଛି ବିଜେଡ଼ି- ପଂଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର- ବିଜୁ ବାବୁଙ୍କୁ ନେଇ ଗୃହରେ ବିଜେଡିର ହଟ୍ଟଗୋଳ ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଜେଡ଼ି ପାର୍ଟି ଅଫିସରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନାହିଁ । ଏଥିରୁ ସ୍ପଷ୍ଟ ଯେ ସେମାନେ କେତେ ବିଜୁ ବାବୁଙ୍କୁ ସମ୍ମାନ ଦେଉଛନ୍ତି । ବିଜୁ ବାବୁଙ୍କୁ କେବଳ ଦଳରେ ସୀମିତ ରଖିବାକୁ ଚାହୁଁଛି ବିଜେଡ଼ି । ବିଜୁ ବାବୁଙ୍କୁ ନେଇ ବିଜେଡ଼ି ରାଜନୀତି କରୁଛି । କିନ୍ତୁ ଆମେ ଆଗ ଧାଡ଼ିରେ ରଖିଛୁ । ବିଜେଡ଼ିର ପାଦ ତଳୁ ମାଟି ଖସି ଗଲାଣି, ପରିଚୟ ସଙ୍କଟ ଦେଖାଦେଲାଣି । ସେଥିପାଇଁ ସେମାନେ ବିଜୁ ବାବୁଙ୍କୁ ନେଇ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି । ବିଜୁ ବାବୁଙ୍କୁ ପେଟେଣ୍ଟ କରିବାକୁ ଚାହୁଁଛି ବିଜେଡ଼ି । କିନ୍ତୁ ବିଜୁ ବାବୁ ବହୁ ଶୀର୍ଷରେ । ଦେଶରେ ନୁହେଁ, ପୃଥିବୀରେ ଶୀର୍ଷରେ ବିଜୁ ବାବୁଙ୍କ ନାଁ । ବିଜୁ ବାବୁ ଓଡ଼ିଶାର ଗର୍ବ ଓ ଗୌରବ, ବିଜୁ ଜନତା ଦଳର ନୁହେଁ । ଏପ୍ରିଲ 24ରେ ପଞ୍ଚାୟତିରାଜ ଦିବସରେ କଣ କରିବୁ ବିଜେଡି ଦେଖିବ ବୋଲି ପଂଚାୟତିରାଜ ମନ୍ତ୍ରୀ କହିଛନ୍ତି।