- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ବିଜୁ ବାବୁଙ୍କୁ କେବଳ ଦଳରେ ସୀମିତ ରଖିବାକୁ ଚାହୁଁଛି ବିଜେଡ଼ି- ପଂଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର- ବିଜୁ ବାବୁଙ୍କୁ ନେଇ ଗୃହରେ ବିଜେଡିର ହଟ୍ଟଗୋଳ ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଜେଡ଼ି ପାର୍ଟି ଅଫିସରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନାହିଁ । ଏଥିରୁ ସ୍ପଷ୍ଟ ଯେ ସେମାନେ କେତେ ବିଜୁ ବାବୁଙ୍କୁ ସମ୍ମାନ ଦେଉଛନ୍ତି । ବିଜୁ ବାବୁଙ୍କୁ କେବଳ ଦଳରେ ସୀମିତ ରଖିବାକୁ ଚାହୁଁଛି ବିଜେଡ଼ି । ବିଜୁ ବାବୁଙ୍କୁ ନେଇ ବିଜେଡ଼ି ରାଜନୀତି କରୁଛି । କିନ୍ତୁ ଆମେ ଆଗ ଧାଡ଼ିରେ ରଖିଛୁ । ବିଜେଡ଼ିର ପାଦ ତଳୁ ମାଟି ଖସି ଗଲାଣି, ପରିଚୟ ସଙ୍କଟ ଦେଖାଦେଲାଣି । ସେଥିପାଇଁ ସେମାନେ ବିଜୁ ବାବୁଙ୍କୁ ନେଇ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି । ବିଜୁ ବାବୁଙ୍କୁ ପେଟେଣ୍ଟ କରିବାକୁ ଚାହୁଁଛି ବିଜେଡ଼ି । କିନ୍ତୁ ବିଜୁ ବାବୁ ବହୁ ଶୀର୍ଷରେ । ଦେଶରେ ନୁହେଁ, ପୃଥିବୀରେ ଶୀର୍ଷରେ ବିଜୁ ବାବୁଙ୍କ ନାଁ । ବିଜୁ ବାବୁ ଓଡ଼ିଶାର ଗର୍ବ ଓ ଗୌରବ, ବିଜୁ ଜନତା ଦଳର ନୁହେଁ । ଏପ୍ରିଲ 24ରେ ପଞ୍ଚାୟତିରାଜ ଦିବସରେ କଣ କରିବୁ ବିଜେଡି ଦେଖିବ ବୋଲି ପଂଚାୟତିରାଜ ମନ୍ତ୍ରୀ କହିଛନ୍ତି।