- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
- ବଜେଟ୍ ଗରିବ ବିରୋଧି : କଂଗ୍ରେସ
- ଚଳିତ କେନ୍ଦ୍ରୀୟ ବଜେଟ ସମ୍ପୂର୍ଣ୍ଣ ଶ୍ରମିକ କର୍ମଚାରୀ ବିରୋଧୀ : ଏଆଇଟିୟୁସି
ଆହାର ମୁହଁରେ ପାହାର ଦେଇଛି ବିଜେପି ସରକାର- କଂଗ୍ରେସ
(FMNews):--- ଆହାର ମୁହଁରେ ପାହାର ଦେଇଛି ବିଜେପି ସରକାର। ଉଠା ଦୋକାନୀଙ୍କୁ ବିନା ଆଲୋଚନାରେ ଉଠାଇବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ନିୟମ ରହିଛି ଉଠା ଦୋକାନୀଙ୍କୁ ବିନା ଆଲୋଚନାରେ ଉଠାଇ ପାରିବେ ନାହିଁ। ଯଦି ଉଠାଇବେ ତାହାଲେ ସେମାନଙ୍କୁ ଉପଯୁକ୍ତ ସ୍ଥାନ ରେ ଥଇଥାନ କରିବେ। କିନ୍ତୁ ପ୍ରବାସୀ ଭାରତୀୟ ଦିବସ ଆଳରେ 7 ହଜାର ଦୋକାନୀ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଠା ଦୋକାନୀ ଙ୍କ ଉଚ୍ଛେଦ କରି ସରକାର ଜିବିକା ବନ୍ଦ କରିଦେଇଛନ୍ତି । ବିନା ଲିଜ୍ ରେ ମାଳ ମାଳ ବିଲ୍ଡରଜମି ମାଡି ବସିଛନ୍ତି। ସେମାନଙ୍କୁ ଉଠାଇବାକୁ ସାହସ କରୁନାହାନ୍ତି ସରକାର। ଉଠା ଦୋକାନୀ ଙ୍କ ଉପରେ ଅତ୍ୟାଚାର କୁ କଂଗ୍ରେସ ସହ୍ୟ କରିବ ନାହିଁ। ଆମେ ଦାବି କରୁଛୁ, ତାଙ୍କୁ କ୍ଷତି ପୂରଣ ଦିଆଯାଉ । ଥଇଥାନ କରାଯାଉ। 48 ଘଣ୍ଟା ସମୟ ଦେଉଛୁ, ସରକାର ଦାବି ପୂରଣ ନହେଲେ ଆଇନକୁ ହାତକୁ ନେବାରେ ପଛ ଘୁଞ୍ଚା ଦେବନି କଂଗ୍ରେସ । ତୀବ୍ର ବିରୋଧ କରାଯିବ । କେନ୍ଦ୍ରମନ୍ତ୍ରୀ ମାନଙ୍କୁ ବିରୋଧ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।