Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ସିଜିଏ ରିପୋର୍ଟକୁ ନେଇ ବର୍ଷିଲା ବିଜେପି, କହିଲା- ଆପଦାର ଲୁଟ୍ ମଡେଲ ସାମ୍ନାକୁ ଆସିଲା
FMNEWS.IN
11-01-2025
ନୂଆଦିଲ୍ଲୀ, 11 ଜାନୁଆରି :- ଦିଲ୍ଲୀ ମଦ ନୀତିକୁ ନେଇ ଶନିବାର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକର ରିପୋର୍ଟକୁ ନେଇ ବିଜେପି ବଡ ଘୋଟାଲା ହୋଇଥିବା ଦାବି କରିଛି । ବିଜେପି ଅନୁସାରେ ଏହି ରିପୋର୍ଟରେ 10ଟି ତ୍ରୁଟି ଦେଖିବାକୁ ମିଳିଛି। ବିଜେପି ଦାବି କରିଛି ଯେ ଏହାକୁ ନେଇ ସରକାରୀ କୋଷରେ 2,026 କୋଟି ଟଙ୍କା କ୍ଷତି ହୋଇଛି ।
ପାର୍ଟି ସଭାପତି ଜେପି ନଡ୍ଡା ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରି ଏହାକୁ ଆପଦାର ଲୁଣ୍ଠନ ବୋଲି କହିଛନ୍ତି। ଶନିବାର ଦିନ ଜେପି ନଡ୍ଡା ଟ୍ୱିଟ୍ କରି କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ କ୍ଷମତାର ନିଶାରେ ଚୁର ଓ କୁଶାସନରେ ମସ୍ତ ହୋଇପଡିଛନ୍ତି ।
ଆପଦାର ଲୁଟ୍ ମଡେଲ ସମ୍ପୂର୍ଣ୍ଣ ଭାବେ ସାମ୍ନାକୁ ଆସିଛି ଏବଂ ତାହା ମଦ ପରି ସାମଗ୍ରୀ ଉପରେ । ସେ କହିଛନ୍ତି ଯେ, କିଛି ସପ୍ତାହର କଥା, ଯେତେବେଳେ ତାଙ୍କୁ ଦିଲ୍ଲୀବାସୀ କ୍ଷମତାରୁ ବାହାର କରିଦେବେ ଏବଂ ସେମାନଙ୍କ କୁକର୍ମ ପାଇଁ ଦଣ୍ଡିତ କରିବେ ।