Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜାନୁୟାରୀ ମାସ ସୁଦ୍ଧା ବିଜେପିର ସଂଗଠନ ନବକଳେବର
FMNEWS.IN
30-12-2024
ଭୁବନେଶ୍ୱର, 30 ଡିସେମ୍ବର- ଜାନୁୟାରୀ ମାସ ସୁଦ୍ଧା ସଂଗଠନ ନବକଳେବର ହେବ । ଜାନୁୟାରୀ ମାସ ଭିତରେ ହିଁ ନୂଆ ସଭାପତି ଦେଖିବ ରାଜ୍ୟ ବିଜେପି । ଏନେଇ ବିଜେପି ରାଜ୍ୟ ସଂଗଠନ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନୂଆ ଟିମ ହେବ । ନୂଆ ଲୋକ ସହ ପୁରୁଣା ଟିମର କିଛି କିଛି ଲୋକ ରହିବେ। ତୃଣମୂଳ ସ୍ତରରୁ ଗାଁ ୟୁନିଟରୁ ସଂଗଠନ ବିସ୍ତାର ହେବ ସହ ନୂଆ ସଭାପତିଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେବ ଦଳ ।
ମଣ୍ଡଳ ସଭାପତି ଚୟନ ଚାଲିଛି, ଏହାପରେ ଜିଲ୍ଲାସଭାପତି ଚୟନ ହେବ ଏହାପରେ ରାଜ୍ୟସଭାପତି ଚୟନ କରାଯିବ । ଜାନୁୟାରୀ ଏହି ପ୍ରକ୍ରିୟା ସରିବ ।