Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ନୂଆପଡ଼ା ଉପ ନିର୍ବାଚନରେ ବିଜେପି ଶତ ପ୍ରତିଶତ ଜିତିବ : ବସନ୍ତ ପଣ୍ଡା
FMNEWS.IN
12-10-2025
ଭୁବନେଶ୍ୱର,୧୨ ଅକ୍ଟୋବର :ନୂଆପଡା ଉପ ନିର୍ବାଚନରେ ବିଜେପି ଶତ ପ୍ରତିଶତ ବିଜୟ ଲାଭ କରିବ । ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା । ଶ୍ରୀ ପଣ୍ଡା କୋର କମିଟି ବୈଠକ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ଦେଇଛନ୍ତି ।
ସେ କହିଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନ ମୋର ଭୂମିକା ରହିବ । ଜୟ ଢୋଲକିଆଙ୍କୁ ବିଜେପିକୁ ସ୍ଵାଗତ । ମାନସିକତା ଥିଲେ ସବୁ ଠିକ୍ ହେଇଯିବ । ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ଆଜି ବୈଠକରେ ଅନେକ ବିଷୟରେ ଆଲୋଚନା ହେବ । ନୂଆପଡ଼ା ଉପନିର୍ବାଚନ ଉପରେ ଆଲୋଚନା ହେବ । ମୁଁ କର୍ଯ୍ୟକର୍ତ୍ତା କାଲି ଥିଲି ଆଜି ବି ଅଛି । ନୂଆପଡ଼ାରେ ବିଜେପି ଶତ ପ୍ରତିଶତ ଜିତିବ । ମୋହନ ସରକାରରେ ଆଉ ଏକ ଫୁଲ ଫୁଟିବ ବୋଲି ସେ କହିଛନ୍ତି ।