Breaking News
- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ଆମ୍ବେଦକରଙ୍କ ଉପରେ ବୟାନରେ ଅସନ୍ତୁଷ୍ଟ ବସପା ର ଡିସେମ୍ବର ୨୪ ରେ ଦେଶବ୍ୟାପୀ ଆନ୍ଦୋଳନ
FMNEWS.IN
22-12-2024
ଲକ୍ଷ୍ନୌ :କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଡଃ. ଭୀମରାଓ ଆମ୍ବେଦକରଙ୍କ ଉପରେ ଦେଇଥିବା ବୟାନ୍ କୁ ନେଇ ବହୁଜନ ସମାଜ ପାର୍ଟି ପ୍ରମୁଖ ମାୟାବତୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛନ୍ତି ।
ମାୟାବତୀ ଶନିବାର ଏକ୍ସ ପୋଷ୍ଟ ରେ ଲେଖିଛନ୍ତି ଯେ, ଡଃ. ଆମ୍ବେଦକର ଭଗବାନଙ୍କ ଭଳି ପୂଜନୀୟ ଅଟନ୍ତି । ଅମିତ ଶାହ ତାଙ୍କର ଅସମ୍ମାନ କରି ଲୋକଙ୍କ ହୃଦୟକୁ ଆଘାତ ଦେଇଛନ୍ତି । ସଂସଦରେ ଅମିତ ଶାହ କହିଥିବା ଶବ୍ଦରେ ସମାଜର ସବୁ ବର୍ଗର ଲୋକ ଆକ୍ରୋଶିତ ହୋଇଛନ୍ତି । ଆମ୍ବେଦକରବାଦୀ ବସପା ଏହି କ୍ରମରେ ଶାହ ବୟାନ ଫେରାଇ ନିଅନ୍ତୁ ଏବଂ ଏନେଇ ପଶ୍ଚାତାପ କରନ୍ତୁ ବୋଲି ଦାବି କରିଛି । ଏହାକୁ ନେଇ ବସପା ଡିସେମ୍ବର ୨୪ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି । ସେଦିନ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା- ବିକ୍ଷୋଭ ପ୍ରଦର୍ଶନ କରାଯିବ ।