BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଆମ୍ବେଦକରଙ୍କ ଉପରେ ବୟାନରେ ଅସନ୍ତୁଷ୍ଟ ବସପା ର ଡିସେମ୍ବର ୨୪ ରେ ଦେଶବ୍ୟାପୀ ଆନ୍ଦୋଳନ

FMNEWS.IN 22-12-2024
BSP to hold nationwide protest on December 24, unhappy with statement on Ambedkar

ଲକ୍ଷ୍ନୌ :କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଡଃ. ଭୀମରାଓ ଆମ୍ବେଦକରଙ୍କ ଉପରେ ଦେଇଥିବା ବୟାନ୍ କୁ ନେଇ ବହୁଜନ ସମାଜ ପାର୍ଟି ପ୍ରମୁଖ ମାୟାବତୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛନ୍ତି ।

ମାୟାବତୀ ଶନିବାର ଏକ୍ସ ପୋଷ୍ଟ ରେ ଲେଖିଛନ୍ତି ଯେ, ଡଃ. ଆମ୍ବେଦକର ଭଗବାନଙ୍କ ଭଳି ପୂଜନୀୟ ଅଟନ୍ତି । ଅମିତ ଶାହ ତାଙ୍କର ଅସମ୍ମାନ କରି ଲୋକଙ୍କ ହୃଦୟକୁ ଆଘାତ ଦେଇଛନ୍ତି । ସଂସଦରେ ଅମିତ ଶାହ କହିଥିବା ଶବ୍ଦରେ ସମାଜର ସବୁ ବର୍ଗର ଲୋକ ଆକ୍ରୋଶିତ ହୋଇଛନ୍ତି । ଆମ୍ବେଦକରବାଦୀ ବସପା ଏହି କ୍ରମରେ ଶାହ ବୟାନ ଫେରାଇ ନିଅନ୍ତୁ ଏବଂ ଏନେଇ ପଶ୍ଚାତାପ କରନ୍ତୁ ବୋଲି ଦାବି କରିଛି । ଏହାକୁ ନେଇ ବସପା ଡିସେମ୍ବର ୨୪ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି । ସେଦିନ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା- ବିକ୍ଷୋଭ ପ୍ରଦର୍ଶନ କରାଯିବ ।