Breaking News
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
- ବଜେଟ୍ ଗରିବ ବିରୋଧି : କଂଗ୍ରେସ
ରାଜ୍ୟରେ ବିଶୃଙ୍ଖଳା ଗ୍ରହଣୀୟ ନୁହେଁ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
FMNEWS.IN
08-01-2025
(FMNews) --ଶାନ୍ତି ପ୍ରିୟ ରାଜ୍ୟରେ ବିଶୃଙ୍ଖଳା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ଯେ, ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର କହୁଛନ୍ତି ତାଙ୍କ ଦଳର ଦୁଇ କର୍ମୀ ସୁପାରିକିଲରେ ହତ୍ୟା ହୋଇଛି ।ଏହା ଅତ୍ୟନ୍ତ ଗହିରିତ କାମ । ଆମ ଓଡ଼ିଶା ପାଇଁ ଭୁଲ ସିଗନାଲ ।ପ୍ରବାସୀଙ୍କୁ ସ୍ୱାଗତ କିନ୍ତୁ ଶାନ୍ତି ପ୍ରିୟ ରାଜ୍ୟରେ ବିଶୃଙ୍ଖଳା ଗ୍ରହଣୀୟ ନୁହେଁ ।କହି ଦେଇ ଥାଉ ପରକୁ ବୁଦ୍ଧି ନ ଦିଶଇ ନିଜକୁ ।ଓଡ଼ିଶାରେ ବିଜେପି ସରକାରକୁ ଆସିଲା ପରେ ପ୍ରତିଶୃତି ଅନୁସାରେ କାମ ହେଉନି । ହେଡଲାଇନ ପାଇଁ କାମ କରୁଛନ୍ତି 7 ମାସ ଭିତରେ କୌଣସି ବିକାଶ ମୂଳକ କାମ ହେଇନାହିଁ ।ଚାଷୀ ଆତ୍ମହତ୍ୟା କରୁଛି ଚାଷୀର ଶବ ଉପରେ ଆମେ ଉତ୍ସବ ମନାଉଛୁ ।ଚାଷୀଙ୍କୁ କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ ।ଉତ୍ସବ କରନ୍ତୁ କିନ୍ତୁ ଚାଷୀଙ୍କ କଥା ବିଚାର କରନ୍ତୁ ।ସବୁ ସଜେଇବ କିନ୍ତୁ ହଲର ବଲର ହେଉଥିବ ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।