BIG NEWS
ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜଧାନୀରେ ମହିଳା ସୁରକ୍ଷିତ ନାହାନ୍ତି- ମହିଳା କଂଗ୍ରେସ
ପୋଲିସ ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି- କଂଗ୍ରେସ
ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ; ଏବେ ବିକାଶର ଆଢ଼ୁଆଳରେ ନୂଆପଡ଼ା : ଭକ୍ତ ଚରଣ ଦାସ୍

ରାଜ୍ୟରେ ବିଶୃଙ୍ଖଳା ଗ୍ରହଣୀୟ ନୁହେଁ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ

FMNEWS.IN 08-01-2025
Chaos in the state is unacceptable - Ranendra Pratap Swain

(FMNews) --ଶାନ୍ତି ପ୍ରିୟ ରାଜ୍ୟରେ ବିଶୃଙ୍ଖଳା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ଯେ, ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର କହୁଛନ୍ତି ତାଙ୍କ ଦଳର ଦୁଇ କର୍ମୀ ସୁପାରିକିଲରେ ହତ୍ୟା ହୋଇଛି ।ଏହା ଅତ୍ୟନ୍ତ ଗହିରିତ କାମ । ଆମ ଓଡ଼ିଶା ପାଇଁ ଭୁଲ ସିଗନାଲ ।ପ୍ରବାସୀଙ୍କୁ ସ୍ୱାଗତ କିନ୍ତୁ ଶାନ୍ତି ପ୍ରିୟ ରାଜ୍ୟରେ ବିଶୃଙ୍ଖଳା ଗ୍ରହଣୀୟ ନୁହେଁ ।କହି ଦେଇ ଥାଉ ପରକୁ ବୁଦ୍ଧି ନ ଦିଶଇ ନିଜକୁ ।ଓଡ଼ିଶାରେ ବିଜେପି ସରକାରକୁ ଆସିଲା ପରେ ପ୍ରତିଶୃତି ଅନୁସାରେ କାମ ହେଉନି । ହେଡଲାଇନ ପାଇଁ କାମ କରୁଛନ୍ତି 7 ମାସ ଭିତରେ କୌଣସି ବିକାଶ ମୂଳକ କାମ ହେଇନାହିଁ ।ଚାଷୀ ଆତ୍ମହତ୍ୟା କରୁଛି ଚାଷୀର ଶବ ଉପରେ ଆମେ ଉତ୍ସବ ମନାଉଛୁ ।ଚାଷୀଙ୍କୁ କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ ।ଉତ୍ସବ କରନ୍ତୁ କିନ୍ତୁ ଚାଷୀଙ୍କ କଥା ବିଚାର କରନ୍ତୁ ।ସବୁ ସଜେଇବ କିନ୍ତୁ ହଲର ବଲର ହେଉଥିବ ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।