Breaking News
- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ଚାଷୀଙ୍କ ଧାନ ଉଠାଇବାକୁ ଦାବି କଲା କଂଗ୍ରେସ
FMNEWS.IN
13-01-2025
ଭୁବନେଶ୍ୱର, 13 ଜାନୁୟାରୀ :- ଚାଷୀଙ୍କ ଧାନ ଉଠାଇବାକୁ ଦାବି କଲାରିଛି କଂଗ୍ରେସ । କଂଗ୍ରେସ ବିଧାୟକ ନୀଳ ମାଧବ ହିକ୍କା କହିଛନ୍ତି ଯେ, ରାଜ୍ୟ ସରକାର ଧାନ କୁଇଣ୍ଟାଲ ୩୧୦୦ ଟଙ୍କା ଦେଉଥିବାର ବିଜ୍ଞାପନ ଦେଉଛନ୍ତି କିନ୍ତୁ ଏବେ ବି ପ୍ରତି ମଣ୍ଡିରେ କଟଣି ଛଟଣି ଚାଲିଛି । ୧୦ ରୁ ୧୫ କିଲୋ କୁଇଣ୍ଟାଲ ପିଛା କଟା ଯାଉଛି । ମୋ ଅଞ୍ଚଳରେ ସ୍ଥିତି ଏମିତି ହୋଇଥିଲା ମୁଁ ଅନଶନ ରେ ବସିବାକୁ ବାଧ୍ୟ ହୋଇଥିଲି । ବର୍ତ୍ତମାନ ସୁଦ୍ଧା ମଣ୍ଡି ଗୁଡ଼ିକରୁ ଧାନ ଉଠି ପାରୁନି । ପ୍ରତ୍ୟେକ ମଣ୍ଡିରେ ରାୟଗଡ଼ା ଠୁ ନେଇ ଭୁବନେଶ୍ୱର ପର୍ଯ୍ୟନ୍ତ ରାସ୍ତା କଡ଼ରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି । ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଚାଷୀଙ୍କ ଧାନ ତୁରନ୍ତ ଉଠାନ୍ତୁ ଏବଂ ଅଦିନିଆ ବର୍ଷାରେ ଯେଉଁ ଧାନ ଭିଜିଯାଇଛି ସେ ଧାନକୁ ବି ସରକାର କିଣନ୍ତୁ ବୋଲି ସେ ଦାବି କରିଛନ୍ତି।