Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଚାଷୀଙ୍କ ଧାନ ଉଠାଇବାକୁ ଦାବି କଲା କଂଗ୍ରେସ
FMNEWS.IN
13-01-2025
ଭୁବନେଶ୍ୱର, 13 ଜାନୁୟାରୀ :- ଚାଷୀଙ୍କ ଧାନ ଉଠାଇବାକୁ ଦାବି କଲାରିଛି କଂଗ୍ରେସ । କଂଗ୍ରେସ ବିଧାୟକ ନୀଳ ମାଧବ ହିକ୍କା କହିଛନ୍ତି ଯେ, ରାଜ୍ୟ ସରକାର ଧାନ କୁଇଣ୍ଟାଲ ୩୧୦୦ ଟଙ୍କା ଦେଉଥିବାର ବିଜ୍ଞାପନ ଦେଉଛନ୍ତି କିନ୍ତୁ ଏବେ ବି ପ୍ରତି ମଣ୍ଡିରେ କଟଣି ଛଟଣି ଚାଲିଛି । ୧୦ ରୁ ୧୫ କିଲୋ କୁଇଣ୍ଟାଲ ପିଛା କଟା ଯାଉଛି । ମୋ ଅଞ୍ଚଳରେ ସ୍ଥିତି ଏମିତି ହୋଇଥିଲା ମୁଁ ଅନଶନ ରେ ବସିବାକୁ ବାଧ୍ୟ ହୋଇଥିଲି । ବର୍ତ୍ତମାନ ସୁଦ୍ଧା ମଣ୍ଡି ଗୁଡ଼ିକରୁ ଧାନ ଉଠି ପାରୁନି । ପ୍ରତ୍ୟେକ ମଣ୍ଡିରେ ରାୟଗଡ଼ା ଠୁ ନେଇ ଭୁବନେଶ୍ୱର ପର୍ଯ୍ୟନ୍ତ ରାସ୍ତା କଡ଼ରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି । ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଚାଷୀଙ୍କ ଧାନ ତୁରନ୍ତ ଉଠାନ୍ତୁ ଏବଂ ଅଦିନିଆ ବର୍ଷାରେ ଯେଉଁ ଧାନ ଭିଜିଯାଇଛି ସେ ଧାନକୁ ବି ସରକାର କିଣନ୍ତୁ ବୋଲି ସେ ଦାବି କରିଛନ୍ତି।