Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ୍ ବିଧାୟକ ତାରା ପ୍ରସାଦ ବାହିନୀପତି
FMNEWS.IN
15-02-2025
ଭୁବନେଶ୍ୱର, 15 ଫେବ୍ରୁଆରି ଚାଷୀଙ୍କ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରି ଆଲୋଚନା ନ କରାଇ ଦେବା ପ୍ରସଙ୍ଗରେ କଂଗ୍ରେସ୍ ବିଧାୟକ ତାରା ପ୍ରସାଦ ବାହିନୀପତି ବିଜେଡିକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।
ଆଜି ଗୃହରେ ଶ୍ରୀ ବାହିନୀପତି କହିଥିଲେ ଯେ, ଚାଷୀଙ୍କ ପ୍ରସଙ୍ଗ ଆଲୋଚନା ଗୁରୁତ୍ୱପୂର୍ଣ୍ଣ। ଗତ କାଲି ଆମେ ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା ଚାହୁଁଥିଲୁ । ବାଚସ୍ପତି ଆଲୋଚନା ପାଇଁ ଅନୁମତି ଦେଉଥିବା ବେଳେ କାହିଁକି ବିଜେଡ଼ି ବିରୋଧ କରୁଛି ତାହା ଜଣା ପଡୁନାହିଁ। ଆମେ ଚାଷୀଙ୍କ ପ୍ରସଙ୍ଗ ଆଲୋଚନା ପାଇଁ ରାଜି ଅଛୁ।