- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ମହାକୁମ୍ଭର ଶୁଭକାମନା ଜଣାଇଲେ କଂଗ୍ରେସ ଅଧ୍ୟକ୍ଷ ଖଡଗେ
ନୂଆଦିଲ୍ଲୀ, 13 ଜାନୁଆରି:- କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରୟାଗରାଜ ମହାକୁମ୍ଭର ମହାପର୍ବର ଶୁଭାରମ୍ଭ ଅବସରରେ ସୋମବାର ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ।
ଖଡଗେ ଜାରି ଏକ ବାର୍ତ୍ତାରେ କହିଛନ୍ତି ଯେ, ଆଜି ବିଶ୍ୱର ପ୍ରାଚୀନତମ ସଂସ୍କୃତି ସଙ୍ଗମ ତୀର୍ଥରାଜ ପ୍ରୟାଗରାଜରେ ମହାକୁମ୍ଭର ଶୁଭାରମ୍ଭ ହୋଇଛି । ଏହା ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ମହାପର୍ବ ଅଟେ । ଏହି ପବିତ୍ର ଆୟୋଜନ ଅବସରରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ସେ କହିଛନ୍ତି ଯେ, ଲକ୍ଷଲକ୍ଷ କୋଟି କୋଟି ସଂଖ୍ୟାରେ ଆସନ୍ତା ଦେଢମାସ ଯାଏ ଚାଲିବାକୁ ଥିବା ତ୍ରିବେଣୀ ସଙ୍ଗମର ଏହି ପାରମ୍ପରିକ ମହୋତ୍ସବକୁ ଆସିଥିବା ସମସ୍ତ ସାଧୁ, ସନ୍ଥ, ପନ୍ଥ, ସମୁଦାୟ ଓ ଲୋକେ ଏକଜୁଟ ହୋଇ ଜାତି, ବର୍ଣ୍ଣ ଓ ବର୍ଗର ଭେଦଭାବ ଦୂର କରି ଭାରତର ମହାନ ସଂସ୍କୃତିର ପରିଚୟ ପୂରା ବିଶ୍ୱକୁ ଦେବେ । ଛୁଆଁଅଛୁଆଁ, ଉଚ୍ଚ ନୀଚ, ଭେଦଭାବ ଓ ଅନ୍ଧବିଶ୍ୱାସ ଛାଡି ଆମେ ସମସ୍ତେ ଏହି ଦେଶର ବିବିଧତାରେ ଏକତାର ଶାଶ୍ୱତ ମୂଲ୍ୟକୁ ଆପଣାଇ ସୌହାର୍ଦ୍ଦ୍ୟ, ସଦଭାବ, ଭାଇଚାରା ଓ ପାରସ୍ପିକ ପ୍ରେମର ବାର୍ତ୍ତା ଦେବୁ ।