- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ମହିଳା ବିରୋଧୀ ହିଂସା ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଆନ୍ଦୋଳନ
ରାଜ୍ୟରେ ମହିଳା ହିଂସା ସୀମା ଟପିଛି - ଭକ୍ତ ଦାସ
ଭୁବନେଶ୍ୱର : ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଶନିବାର ଭୁବନେଶ୍ୱର ଜିଲ୍ଲା କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବାକୁ ଯିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀ ମାନଙ୍କୁ ପୋଲିସ ଗାଡ଼ିରେ ନେଇ ପରେ ଛାଡ଼ି ଦେଇଥିଲେ। ତେବେ ରାଜ୍ୟରେ ଏଭଳି ବେଭିଚାର ଶାସନ ବିରୁଦ୍ଧରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ତାର ପ୍ରତିବାଦ ଜାରି ରଖିବ। ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଓ ନ୍ୟାୟ ଦେବାପାଇଁ ଗଣତାନ୍ତ୍ରିକ ଉପାୟରେ କଂଗ୍ରେସ ତାର ଆନ୍ଦୋଳନକୁ ଅଧିକ ତୀବ୍ରତର କରିବବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି।
ସେ କହିଛନ୍ତି ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନ ଦେଉଥିବା ଡବଲ ଇଞ୍ଜିନ ସରକାରଙ୍କ ୮ ମାସର ଶାସନକାଳ ଲଜ୍ଜାରେ ଭରି ରହିଛି। ଗତ ୮ ମାସ ଭିତରେ ୫୪ଟି ଗଣବଳାତ୍କାର ଘଟଣା ସରକାରଙ୍କ ଆଇନଶୃଙ୍ଖଳାର ବିଫଳତାକୁ ପଦାରେ ପକାଇଛି।
ଯାଜପୁର ଜିଲ୍ଲାରେ ଘଟିଥିବା ଦୁଷ୍କର୍ମ ଓ ସମ୍ପ୍ରତି ରାଜ୍ୟରେ ହେଉଥିବା ମହିଳା ଅତ୍ୟାଚାରକୁ ବିରୋଧ କରି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଆବାସ ଘେରାଉ । #OdishaCongressProtest #OdishaCongress pic.twitter.com/VB9XcYkox0
Jagada N Pradhan (@JagadaPradhan) March 1, 2025
ସୁଭଦ୍ରା ଯୋଜନା ଟଙ୍କା ବାଂଟି ମହିଳାଙ୍କ ମସିହା ପ୍ରଚାର କରୁଥିବା ମୋହନ ସରକାର ନାରୀ ସୁରକ୍ଷା ଦିଗରେ ମୌନ ରହିଛି। ବାଲେଶ୍ୱରର ସୋର, ଢ଼େଙ୍କାନାଳ,ସମ୍ବଲପୁର, ରାଉରକେଲା, ବଲାଙ୍ଗୀରର ଖଇରାପାଲ୍ଲି, କୋରାପୁଟରର ଲକ୍ଷ୍ମୀପୁର, ଭଦ୍ରକର ବେତଡ଼ା, ଦେଓଗଡ଼ ଓ ବରଗଡ଼ରେ ଧନୁଯାତ୍ରା ସମୟରେ ମହିଳାମାନଙ୍କ ପ୍ରତି ଗଣବଳାତ୍କାର ଘଟଣା ରାଜ୍ୟବାସୀଙ୍କ ଭିତରେ ଆଲୋଡନ ସୃଷ୍ଟି କରିଛି। ଯେଉଁ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ, ଛାତ୍ରୀମାନେ କୁଆଁରୀ ମା ହେବା ସାମଗ୍ରିକ ପ୍ରଶାସନିକ ବ୍ୟବସ୍ଥାକୁ ଲଜ୍ଜିତ କରିଛି। ରାଜ୍ୟର ଅପରାଧ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଛି। ଓଡ଼ିଶା ଏକ ଅପରାଧ ପ୍ରବଣ ରାଜ୍ୟରୂପେ ପରିଗଣତି ହେବାକୁ ବସିଲାଣି। ବେଳ ଥାଉ ଥାଉ ସରକାର ଯଦି କୋଠର କାର୍ଯ୍ୟାନୁଷ୍ଠାନ ନଗ୍ରହଣ କରନ୍ତି ଏବଂ ମହିଳା ମାନଙ୍କର ସୁରକ୍ଷାକୁ ପ୍ରାଥମିକତା ନଦିଅନ୍ତି ତାହାଲେ ରାଜ୍ୟ କଂଗ୍ରେସ ଏ ସରକାରକୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦେବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।
ଆଜିର ଆନ୍ଦୋଳନକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ, ସାଂସଦ ପ୍ରାର୍ଥୀ ସୟଦ ୟାସିର ନୱାଜ ଓ ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର ପରିଚାଳନ କରିଥିଲେ। ଅନ୍ୟମାନଙ୍କ ଭିତରେ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ପୂର୍ବତନ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି, ଜାନକୀବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାସ, ସୁବ୍ରତ ମହାପାତ୍ର, ସସ୍ମିତା ବେହେରା, ରଜନୀ ମହାନ୍ତି, ଅଶୋକ ଦାସ, ମହମ୍ମଦ ଇମ୍ଦାଦ୍, ଜୟକୃଷ୍ଣ ମଲ୍ଲିଆ, ଦେବରାଜ ମିଶ୍ର, ଦେବୀ ପ୍ରସାଦ ବାହାଲିଆ, ସୁରଭୀ ବିଷୋଇ ଓ କେଦାର ଦଳେଇ ପ୍ରମୁଖ ନେତୃତ୍ୱ ନେଇଥିଲେ। ଛାତ୍ର ଓ ଯୁବ କଂଗ୍ରେସର ବହୁ ଯୁବନେତା ଆଜିର ଘେରାଉ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।