- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ମହିଳା ବିରୋଧୀ ହିଂସା ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଆନ୍ଦୋଳନ
ରାଜ୍ୟରେ ମହିଳା ହିଂସା ସୀମା ଟପିଛି - ଭକ୍ତ ଦାସ
ଭୁବନେଶ୍ୱର : ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଶନିବାର ଭୁବନେଶ୍ୱର ଜିଲ୍ଲା କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବାକୁ ଯିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀ ମାନଙ୍କୁ ପୋଲିସ ଗାଡ଼ିରେ ନେଇ ପରେ ଛାଡ଼ି ଦେଇଥିଲେ। ତେବେ ରାଜ୍ୟରେ ଏଭଳି ବେଭିଚାର ଶାସନ ବିରୁଦ୍ଧରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ତାର ପ୍ରତିବାଦ ଜାରି ରଖିବ। ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଓ ନ୍ୟାୟ ଦେବାପାଇଁ ଗଣତାନ୍ତ୍ରିକ ଉପାୟରେ କଂଗ୍ରେସ ତାର ଆନ୍ଦୋଳନକୁ ଅଧିକ ତୀବ୍ରତର କରିବବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି।
ସେ କହିଛନ୍ତି ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନ ଦେଉଥିବା ଡବଲ ଇଞ୍ଜିନ ସରକାରଙ୍କ ୮ ମାସର ଶାସନକାଳ ଲଜ୍ଜାରେ ଭରି ରହିଛି। ଗତ ୮ ମାସ ଭିତରେ ୫୪ଟି ଗଣବଳାତ୍କାର ଘଟଣା ସରକାରଙ୍କ ଆଇନଶୃଙ୍ଖଳାର ବିଫଳତାକୁ ପଦାରେ ପକାଇଛି।
ଯାଜପୁର ଜିଲ୍ଲାରେ ଘଟିଥିବା ଦୁଷ୍କର୍ମ ଓ ସମ୍ପ୍ରତି ରାଜ୍ୟରେ ହେଉଥିବା ମହିଳା ଅତ୍ୟାଚାରକୁ ବିରୋଧ କରି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଆବାସ ଘେରାଉ । #OdishaCongressProtest #OdishaCongress pic.twitter.com/VB9XcYkox0
Jagada N Pradhan (@JagadaPradhan) March 1, 2025
ସୁଭଦ୍ରା ଯୋଜନା ଟଙ୍କା ବାଂଟି ମହିଳାଙ୍କ ମସିହା ପ୍ରଚାର କରୁଥିବା ମୋହନ ସରକାର ନାରୀ ସୁରକ୍ଷା ଦିଗରେ ମୌନ ରହିଛି। ବାଲେଶ୍ୱରର ସୋର, ଢ଼େଙ୍କାନାଳ,ସମ୍ବଲପୁର, ରାଉରକେଲା, ବଲାଙ୍ଗୀରର ଖଇରାପାଲ୍ଲି, କୋରାପୁଟରର ଲକ୍ଷ୍ମୀପୁର, ଭଦ୍ରକର ବେତଡ଼ା, ଦେଓଗଡ଼ ଓ ବରଗଡ଼ରେ ଧନୁଯାତ୍ରା ସମୟରେ ମହିଳାମାନଙ୍କ ପ୍ରତି ଗଣବଳାତ୍କାର ଘଟଣା ରାଜ୍ୟବାସୀଙ୍କ ଭିତରେ ଆଲୋଡନ ସୃଷ୍ଟି କରିଛି। ଯେଉଁ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ, ଛାତ୍ରୀମାନେ କୁଆଁରୀ ମା ହେବା ସାମଗ୍ରିକ ପ୍ରଶାସନିକ ବ୍ୟବସ୍ଥାକୁ ଲଜ୍ଜିତ କରିଛି। ରାଜ୍ୟର ଅପରାଧ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଛି। ଓଡ଼ିଶା ଏକ ଅପରାଧ ପ୍ରବଣ ରାଜ୍ୟରୂପେ ପରିଗଣତି ହେବାକୁ ବସିଲାଣି। ବେଳ ଥାଉ ଥାଉ ସରକାର ଯଦି କୋଠର କାର୍ଯ୍ୟାନୁଷ୍ଠାନ ନଗ୍ରହଣ କରନ୍ତି ଏବଂ ମହିଳା ମାନଙ୍କର ସୁରକ୍ଷାକୁ ପ୍ରାଥମିକତା ନଦିଅନ୍ତି ତାହାଲେ ରାଜ୍ୟ କଂଗ୍ରେସ ଏ ସରକାରକୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦେବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।
ଆଜିର ଆନ୍ଦୋଳନକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ, ସାଂସଦ ପ୍ରାର୍ଥୀ ସୟଦ ୟାସିର ନୱାଜ ଓ ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର ପରିଚାଳନ କରିଥିଲେ। ଅନ୍ୟମାନଙ୍କ ଭିତରେ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ପୂର୍ବତନ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି, ଜାନକୀବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାସ, ସୁବ୍ରତ ମହାପାତ୍ର, ସସ୍ମିତା ବେହେରା, ରଜନୀ ମହାନ୍ତି, ଅଶୋକ ଦାସ, ମହମ୍ମଦ ଇମ୍ଦାଦ୍, ଜୟକୃଷ୍ଣ ମଲ୍ଲିଆ, ଦେବରାଜ ମିଶ୍ର, ଦେବୀ ପ୍ରସାଦ ବାହାଲିଆ, ସୁରଭୀ ବିଷୋଇ ଓ କେଦାର ଦଳେଇ ପ୍ରମୁଖ ନେତୃତ୍ୱ ନେଇଥିଲେ। ଛାତ୍ର ଓ ଯୁବ କଂଗ୍ରେସର ବହୁ ଯୁବନେତା ଆଜିର ଘେରାଉ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।