Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଭୋଟ ବ୍ୟାଙ୍କ ବଢ଼ାଇବାକୁ କଂଗ୍ରେସର ରୋଡମ୍ୟାପ୍
FMNEWS.IN
05-03-2025
ଭୁବନେଶ୍ୱର, 5 ମାର୍ଚ୍ଚ - ଭୋଟ ବ୍ୟାଙ୍କ ବଢ଼ାଇବାକୁ କଂଗ୍ରେସ କସରତ ଆରମ୍ଭ କରିଛି। ପଂଚାୟତ ନିର୍ବାଚନ ରେ ଦଳର ଭୋଟ ପ୍ରତିଶତ ୩୦ ପ୍ରତିଶତ ବୃଦ୍ଧି କରିବାକୁ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛି କଂଗ୍ରେସ। ଏଥିପାଇଁ ବୁଧବାର ଦିନ କଂଗ୍ରେସ ଭବନରେ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନର ରାଜ୍ୟ ସ୍ତରୀୟ ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ପିସିସି ସଭାପତି ଭକ୍ତ ଦାସଙ୍କ ସହ ସୁଦର୍ଶନ ଦାସ ଓ ଅନ୍ୟ କାର୍ଯ୍ୟକର୍ତା ଯୋଗ ଦେଇଥିଲେ। ଆଗକୁ ପଂଚାୟତ ସ୍ତରରେ ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ କରିବ ଦଳ। ପ୍ରତି ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତର ରେ ହେବ ଶିବିର। ପ୍ରତି ପଂଚାୟତ ରୁ ୨୦ ଜଣଙ୍କୁ ଚୟନ କରାଯିବ। ଏହି ମାନେ ପଂଚାୟତ ନିର୍ବାଚନରେ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି ପିସିସି ସଭାପତି ।