Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଭୋଟ ବ୍ୟାଙ୍କ ବଢ଼ାଇବାକୁ କଂଗ୍ରେସର ରୋଡମ୍ୟାପ୍
FMNEWS.IN
05-03-2025
ଭୁବନେଶ୍ୱର, 5 ମାର୍ଚ୍ଚ - ଭୋଟ ବ୍ୟାଙ୍କ ବଢ଼ାଇବାକୁ କଂଗ୍ରେସ କସରତ ଆରମ୍ଭ କରିଛି। ପଂଚାୟତ ନିର୍ବାଚନ ରେ ଦଳର ଭୋଟ ପ୍ରତିଶତ ୩୦ ପ୍ରତିଶତ ବୃଦ୍ଧି କରିବାକୁ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛି କଂଗ୍ରେସ। ଏଥିପାଇଁ ବୁଧବାର ଦିନ କଂଗ୍ରେସ ଭବନରେ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନର ରାଜ୍ୟ ସ୍ତରୀୟ ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ପିସିସି ସଭାପତି ଭକ୍ତ ଦାସଙ୍କ ସହ ସୁଦର୍ଶନ ଦାସ ଓ ଅନ୍ୟ କାର୍ଯ୍ୟକର୍ତା ଯୋଗ ଦେଇଥିଲେ। ଆଗକୁ ପଂଚାୟତ ସ୍ତରରେ ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ କରିବ ଦଳ। ପ୍ରତି ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତର ରେ ହେବ ଶିବିର। ପ୍ରତି ପଂଚାୟତ ରୁ ୨୦ ଜଣଙ୍କୁ ଚୟନ କରାଯିବ। ଏହି ମାନେ ପଂଚାୟତ ନିର୍ବାଚନରେ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି ପିସିସି ସଭାପତି ।