ଜନସଂଖ୍ୟା ଆଧାରରେ ଡିଲିମିଟେସନ ହେଲେ ଅର୍ଥ କମିଶନରେ ଅର୍ଥ କମ ମିଳିବ- ବିଜେଡି

FMNEWS.IN 24-03-2025
Delimitation based on population will result in less money being received from Finance Commission - BJD

ଭୁବନେଶ୍ୱର:-ଡିଲିମିଟେସନ ପ୍ରସଙ୍ଗରେ ବୈଠକ ସାରି ଫେରିବା ପରେ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡିର ପୂର୍ବତନ ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ, ବିଜେପି ଓଡ଼ିଶାରେ ସରକାର କରିଛି । ଓଡ଼ିଶାର କ୍ଷତି ହେବାକୁ ଯାଉଛି । ରାଜନୈତିକ ପ୍ରତିନିଧତ୍ୱ କମିବାକୁ ଯାଉଛି । ଏପରିକି ଜନସଂଖ୍ୟା ଆଧାରରେ ଡିଲିମିଟେସନ ହେଲେ ଅର୍ଥ କମିଶନରେ ଅର୍ଥ କମ ମିଳିବ। କିନ୍ତୁ ବିଜେପି ସରକାର ଚୁପ ହୋଇ ବସିଛନ୍ତି । ପାର୍ଟି ଠୁ ବଡ଼ ମାଟି । କିନ୍ତୁ ବିଜେପି ମାଟି କଥା ନ ଭାବି ଯଦି ଏ ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦେବ କେମିତି ହେବ। ନବୀନ ସବୁବେଳେ ମାଟି କଥା ଭାବୁଛନ୍ତି। ସେଥିପାଇଁ ତାମିଲନାଡୁ ବୈଠକକୁ ବିଜେଡିକୁ ପଠାଇଥିଲେ। ଓଡ଼ିଶାରେ ଶାସକ ଦଳ ହୋଇ ବି ଓଡ଼ିଶାର ସ୍ୱାର୍ଥ କଥା ନ ଭାବି ଚୁପ ରହିବା ଓ ଉପରୁ ନିର୍ଦେଶ ଆସୁ ନାହିଁ ବୋଲି ମୁହଁ ବନ୍ଦ ଅଛି । କିନ୍ତୁ ଓଡିଶାବାସୀଙ୍କ ସ୍ୱାର୍ଥ କଥା ତ ଭାବିବା ଦରକାର। ବିଜେପିର ଓଡିଶା ନେତା ତ କିଛି କହିବାର ଥିଲା। ତେଣୁ ଏ ପ୍ରସଙ୍ଗରେ କିଛି ନ କହିବା ହାସ୍ୟାସ୍ପଦ କଥା ବୋଲି କହି କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ଡିଲିମିଟେସନ ପ୍ରତି ୧୦ ବର୍ଷରେ ହେବା କଥା ଯାହା ସମ୍ବିଧାନରେ ଅଛି। କିନ୍ତୁ ୧୯୭୧ ପରେ ଆଉ ହେଲା ନାହିଁ। ମାଲଆପୋରସନମେଣ୍ଟ ଯୋଗୁ ସମସ୍ୟା ହେଲା। ଦକ୍ଷିଣ ରାଜ୍ୟ ଓ ପୂର୍ବ ରାଜ୍ୟ ଓଡିଶା ଓ ପଞ୍ଜାବ ମଧ୍ୟ ଯଦି ଜନସଂଖ୍ୟା ହିସାବରେ ଡିଲିମିଟେସନ ହେଲେ ଏମପି ଓ ଏମଏଲଏ ସିଟ କମିବାର ଆଶଙ୍କା ରହିଛି। ଯାହା ଫଳରେ ରାଜ୍ୟ ଗୁଡିକର ରାଜନୈତିକ ପ୍ରତିନିଧିତ୍ୱ କମିବାର ଆଶଙ୍କା ଅଛି। ଯଦି ବଢ଼ାଇ ଦିଆଯାଏ ତାହେଲେ ଅନ୍ୟ ରାଜ୍ୟରେ ବହୁ ଅଧିକ ବଢିଯିବ।ଆନୁପତିକ ଭାବେ ସଂସଦରେ ବହୁ ରାଜ୍ୟର କ୍ଷମତା କମିଯିବ। ସେଥିପାଇଁ ତାମିଲନାଡୁରେ ବୈଠକ ହୋଇଥିଲା। ସେଠି ବୈଠକରେ କେରଳ ମୁଖ୍ୟମନ୍ତ୍ରୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ତେଲେଙ୍ଗାନାର କେସିଆରଙ୍କ ପାର୍ଟିର କେଟିଆର, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିଵକୁମାର, ପଞ୍ଜାବ ମୁଖ୍ୟମନ୍ତ୍ରୀ ଆସିଥିଲେ। ଅନ୍ୟ ବହୁ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ। ଯଦି ଜନସଂଖ୍ୟା ହିସାବରେ କରାଯାଏ ତାହେଲେ ଓଡ଼ିଶାର ପ୍ରଭୁତ କ୍ଷତି ହେବ। ଲୋକସଂଖ୍ୟା ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ। ଯେଉଁ ରାଜ୍ୟ କେନ୍ଦ୍ରର ପଲିସି ଅନୁଯାୟୀ ଜନସଂଖ୍ୟା ନିୟନ୍ତ୍ରଣ କଲେ ସେମାନଙ୍କୁ କଣ ଏଥିପାଇଁ ପେନାଲଟି ଦେବାକୁ ପଡିବ କି। ସେହି ପଏଣ୍ଟକୁ ନବୀନ ବାବୁ ରଖିଛନ୍ତି। ବରଂ ଓଡିଶା ପୁରସ୍କୃତ ହେବା କଥା। ଏହି ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଟର୍ମସ ଆଣ୍ଡ କଣ୍ଡିସନ୍ସ କଣ ରହିବ ସବୁ ଦଳ ଓ ଷ୍ଟେକ ହୋଲ୍ଡରଙ୍କ ସହ ଆଲୋଚନା କରି ହେବା କଥା ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ । ଫେୟାର ଡିଲିମିଟେସନ ପାଇଁ ବୈଠକ ଥିଲା । ଯଥାର୍ଥ ଡିଲିମିଟେସନ ହେବା ହିଁ ଉଦେଶ୍ୟ। ଓଡ଼ିଶାର ଗ୍ରୋଥ ପପୁଲେସନ କମି କମି ଚାଲିଛି। ଟୋଟାଲ ଫଟିଲିଟି ରେଟ ମଧ୍ୟ କମିଛି। ଜନସଂଖ୍ୟା କମି କମି ଚାଲିଛି। ତେଣୁ ଓଡ଼ିଶାର ସ୍ୱାର୍ଥ କଥା ନ ଭାବି ରାଜନୈତିକ ରଙ୍ଗ ଦିଆଯିବ ତାହେଲେ ରାଜ୍ୟର କ୍ଷତି ହେବ। ଯେଉଁ ରାଜ୍ୟ ଭଲ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବା କଥା ବୋଲି ଅମର ପଟ୍ଟନାୟକ କହିଛନ୍ତି ।