Breaking News
- କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ମହାରାଷ୍ଟ୍ରର ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ
- ତେଲେଙ୍ଗାନାର ବାସରରେ ଗୋଦାବରୀ ନଦୀରେ ବୁଡିବା କାରଣରୁ ହାଇଦ୍ରାବାଦର 5ଜଣ ଯୁବକଙ୍କ ମୃତ୍ୟୁ
- ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ରାଜକୋଟରେ ଆଜି ହେବ ଅନ୍ତିମ ସଂସ୍କାର
- ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣ ବର୍ଷା ନେଇ ରାଜ୍ୟର ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଉତ୍ତର ପ୍ରଦେଶରେ ଭୟାବହ ସଡକ ଦୁର୍ଘଟଣାରେ 5 ମୃତ, ଜଣେ ଆହତ
ଏଫଏକ୍ୟୁ ମାନ ଚାଷୀଙ୍କ ବିରୋଧରେ ଷଡଯନ୍ତ୍ର- ରଣେନ୍ଦ୍ର ପ୍ରତାପ ସ୍ଵାଇଁ
FMNEWS.IN
10-01-2025

ଭୁବନେଶ୍ୱର, 10 ଜାନୁଆରି - ଧାନ କିଣା ପ୍ରସଙ୍ଗରେ ଯୋଗଣ ମନ୍ତ୍ରୀଙ୍କୁ କଡା ଟାର୍ଗେଟ କଲେ ବରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।
କହିଲେ ଧାନ ନ କିଣିବା ପାଇଁ ଏଫଏକ୍ୟୁ ମାନକୁ ଆଳ କରାଯାଇଛି l ଚାଷୀ ଅଭାବୀ ଧାନ ବିକ୍ରି କରୁଛି । ଏଯାଏ ସରକାର ମାତ୍ର ୩୦ ପ୍ରତିଶତ ଧାନ କିଣିଛନ୍ତି, ଏବେ ୬୦ ପ୍ରତିଶତ କିଣାଯିବା କଥା । ଧାନ କିଣିବାରେ ସରକାର ବିଫଳ ହୋଇଛନ୍ତି । ପୁର୍ବରୁ ଆମେ କହିଥିଲୁ ଚାଷୀଙ୍କ ଧାନ କିଣାରେ ସରକାରଙ୍କ ଗୋଡ଼ ଭାଙ୍ଗିଛି । ଚାଷୀଙ୍କୁ ଧୋକା ଦେଇଛନ୍ତି ସରକାର । ତୁରନ୍ତ ସରକାର ସର୍ବ ଦଳୀୟ ବୈଠକ ଡାକନ୍ତୁ । ସବୁ ଚାଷୀଙ୍କ ଧାନ କିଣନ୍ତୁ । ଆଜି ୬ ଲକ୍ଷ ଚାଷୀ ହତାଶ ହୋଇଛନ୍ତି । ବାହାସ୍ପୋଟ ମାରୁଛନ୍ତି ସରକାର । ଚାଷୀଙ୍କୁ ହତାଶ କରିବା ଅପରାଧ ସହ ଜଡ଼ିତ । ଯାହା କହିଥିଲ, ତାହା ପାଳନ କରିବାକୁ କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।