Breaking News
- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ଏଫଏକ୍ୟୁ ମାନ ଚାଷୀଙ୍କ ବିରୋଧରେ ଷଡଯନ୍ତ୍ର- ରଣେନ୍ଦ୍ର ପ୍ରତାପ ସ୍ଵାଇଁ
FMNEWS.IN
10-01-2025
ଭୁବନେଶ୍ୱର, 10 ଜାନୁଆରି - ଧାନ କିଣା ପ୍ରସଙ୍ଗରେ ଯୋଗଣ ମନ୍ତ୍ରୀଙ୍କୁ କଡା ଟାର୍ଗେଟ କଲେ ବରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।
କହିଲେ ଧାନ ନ କିଣିବା ପାଇଁ ଏଫଏକ୍ୟୁ ମାନକୁ ଆଳ କରାଯାଇଛି l ଚାଷୀ ଅଭାବୀ ଧାନ ବିକ୍ରି କରୁଛି । ଏଯାଏ ସରକାର ମାତ୍ର ୩୦ ପ୍ରତିଶତ ଧାନ କିଣିଛନ୍ତି, ଏବେ ୬୦ ପ୍ରତିଶତ କିଣାଯିବା କଥା । ଧାନ କିଣିବାରେ ସରକାର ବିଫଳ ହୋଇଛନ୍ତି । ପୁର୍ବରୁ ଆମେ କହିଥିଲୁ ଚାଷୀଙ୍କ ଧାନ କିଣାରେ ସରକାରଙ୍କ ଗୋଡ଼ ଭାଙ୍ଗିଛି । ଚାଷୀଙ୍କୁ ଧୋକା ଦେଇଛନ୍ତି ସରକାର । ତୁରନ୍ତ ସରକାର ସର୍ବ ଦଳୀୟ ବୈଠକ ଡାକନ୍ତୁ । ସବୁ ଚାଷୀଙ୍କ ଧାନ କିଣନ୍ତୁ । ଆଜି ୬ ଲକ୍ଷ ଚାଷୀ ହତାଶ ହୋଇଛନ୍ତି । ବାହାସ୍ପୋଟ ମାରୁଛନ୍ତି ସରକାର । ଚାଷୀଙ୍କୁ ହତାଶ କରିବା ଅପରାଧ ସହ ଜଡ଼ିତ । ଯାହା କହିଥିଲ, ତାହା ପାଳନ କରିବାକୁ କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।