Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ବଡ ଭଉଣୀଙ୍କ ପରଲୋକ
FMNEWS.IN
31-12-2024
ରାଂଚି, ୩୧ ଡିସେମ୍ବର - ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ବଡ ଭଉଣୀଙ୍କ ମଙ୍ଗଳବାର ପରଲୋକ ଘଟିଛି । ରଘୁବର ଦାସ ସୋସିଆଲ ମିଡ଼ିଆ ପୋଷ୍ଟରେ ଏନେଇ ସୂଚନା ଦେଇଛନ୍ତି । ରଘୁବର ଲେଖିଛନ୍ତି ଯେ, ମୋ ମା ସ୍ୱରୂପ ବଡ ଭଉଣୀଙ୍କ ଆଜି ପରଲୋକ ଘଟିଛି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ସେ ପୁଣ୍ୟ ଆତ୍ମାଙ୍କୁ ନିଜ ଧାମରେ ସ୍ଥାନ ଦିଅନ୍ତୁ । ଏଥିସହିତ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସହ ରଘୁବର ସୋସିଆଲ ମିଡ଼ିଆରେ ଟ୍ୱିଟ୍ କରି ନିଜ ବଡ ଭଉଣୀଙ୍କ ଫଟୋ ଜାରି କରିଛନ୍ତି ।