Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଲିଖିତ ଭାବେ ସିବିଆଇ ତଦନ୍ତ ପାଇଁ ଦିଅନ୍ତୁ ଦୀପାଲୀ, ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ – ପୃଥ୍ୱୀରାଜ ହରିଚନ୍ଦନ
FMNEWS.IN
16-01-2025
ଭୁବନେଶ୍ୱର, 16 ଜାନୁଆରି:- ନବ ଦାସ ହତ୍ୟା ମାମଲାରେ ଦୀପାଳିଙ୍କ ବୟାନକୁ ନେଇ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ଖାଲି ଗଣମାଧ୍ୟମ ଆଗରେ କହି ଦେଲେ ହେବନି । ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି । ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ବିଚାର କରିବେ ସିବିଆଇ ତଦନ୍ତ ହେବ କି ନାହିଁ । ଆମେ ମଧ୍ୟ ପୂର୍ବରୁ ପ୍ରଶ୍ନ ଉଠାଇଥିଲୁ । ଯିଏ ଗୁଳି କଲା ଧରା ପଡିଲା । କିନ୍ତୁ କାହିଁକି ମାରିଲା ପଚାରିଲେ ପୂର୍ବ ସରକାରଙ୍କ ପାଖରେ ଉତ୍ତର ନଥିଲା । କ୍ରାଇମବ୍ରାଞ୍ଚ ତଥ୍ୟ ବାଟକୁ ବୁଲେଇ ବୁଲେଇ ନେଉଛି । ସତ୍ୟ ବାହାରିବ ନାହିଁ । ସେହି କଥା ହେଲା । ତେବେ କେସ ରି ଓପନ କରାଯିବ କି କଣ ହେବ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ବିଳମ୍ବରେ ହେଲେ ବି ଅତନ୍ତ ଦୀପାଳିଙ୍କ ମନରେ ଆସିଲା ପୂର୍ବ ସରକାରରେ କ୍ରାଇମବ୍ରାଞ୍ଚ ତଦନ୍ତ ନାଁରେ ଭୁଆଁ ବୁଲେଇ ଥିଲେ । ଭୁଲ ଭୁଲେଆଁ ସ୍ଥିତି କଲେ ଦୀପାଳି ଉପଲବ୍ଧି କରିବା ପରେ କହିଛନ୍ତି ।