Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ହୋଲିକୁ ଅପରାଧରେ ଅପବିତ୍ର କରିଛନ୍ତି ସରକାର- ଅରୁଣ ସାହୁ
FMNEWS.IN
16-03-2025
ଭୁବନେଶ୍ୱର, 16 ମାର୍ଚ୍ଚ - ହୋଲିକୁ ଅପରାଧରେ ଅପବିତ୍ର କରିଛନ୍ତି ସରକାର କହି ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଯେ, ଗତକାଲି ପବିତ୍ର ହୋଲି ଥିଲା । ସରକାର ବହୁତ ନାରାବାଜି କରିଥିଲେ ଶାନ୍ତି ଶୃଙ୍ଖଳା ରଖିବେ ବୋଲି । ହେଲେ ରାଜ୍ୟ ସାରା ପାଞ୍ଚଟି ହତ୍ୟାକାଣ୍ଡ ସହ ଅନେକ ହିଂସାକାଣ୍ଡରେ ଲୋକେ ଆହତ ହୋଇଛନ୍ତି । ମହାନଗର ନିଗମରେ ମହା ମର୍ଡର ଓ ସ୍ମାର୍ଟ ନଗରରେ ସ୍ମାର୍ଟ ମର୍ଡର ହୋଇଛି । ସରକାର ନିଦ୍ରାରେ ଅଛନ୍ତି । ଶହ ଶହ ହତ୍ୟା ଏହି 9 ମାସରେ ହେଲାଣି । କାରଣ ଏହା ଦୁର୍ବଳ ସରକାର । ଅପରାଧୀ ଏହି ସରକାର ସମୟରେ ଅପରାଧ ଘଟାଉଛନ୍ତି, କାରଣ ସେମାନେ ଜାଣିଛନ୍ତି ସରକାର ଦୁର୍ବଳ । ଶକ୍ତ ହୁଅନ୍ତୁ ସରକାର । ହୋଲିକୁ ଅପରାଧରେ ଅପବିତ୍ର କରିଛନ୍ତି ସରକାର । ବିଧାନସଭା ଓ ଗୃହ ବାହାରେ ଆଇନ ଶୃଙ୍ଖଳା କଥା ସବୁବେଳେ ଉଠୁଛି ବୋଲି କହି ବର୍ଷିଛନ୍ତି ଅରୁଣ ସାହୁ ।