BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ହୋଲିକୁ ଅପରାଧରେ ଅପବିତ୍ର କରିଛନ୍ତି ସରକାର- ଅରୁଣ ସାହୁ

FMNEWS.IN 16-03-2025
Government has defiled Holi with crime - Arun Sahu

ଭୁବନେଶ୍ୱର, 16 ମାର୍ଚ୍ଚ - ହୋଲିକୁ ଅପରାଧରେ ଅପବିତ୍ର କରିଛନ୍ତି ସରକାର କହି ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଯେ, ଗତକାଲି ପବିତ୍ର ହୋଲି ଥିଲା । ସରକାର ବହୁତ ନାରାବାଜି କରିଥିଲେ ଶାନ୍ତି ଶୃଙ୍ଖଳା ରଖିବେ ବୋଲି । ହେଲେ ରାଜ୍ୟ ସାରା ପାଞ୍ଚଟି ହତ୍ୟାକାଣ୍ଡ ସହ ଅନେକ ହିଂସାକାଣ୍ଡରେ ଲୋକେ ଆହତ ହୋଇଛନ୍ତି । ମହାନଗର ନିଗମରେ ମହା ମର୍ଡର ଓ ସ୍ମାର୍ଟ ନଗରରେ ସ୍ମାର୍ଟ ମର୍ଡର ହୋଇଛି । ସରକାର ନିଦ୍ରାରେ ଅଛନ୍ତି । ଶହ ଶହ ହତ୍ୟା ଏହି 9 ମାସରେ ହେଲାଣି । କାରଣ ଏହା ଦୁର୍ବଳ ସରକାର । ଅପରାଧୀ ଏହି ସରକାର ସମୟରେ ଅପରାଧ ଘଟାଉଛନ୍ତି, କାରଣ ସେମାନେ ଜାଣିଛନ୍ତି ସରକାର ଦୁର୍ବଳ । ଶକ୍ତ ହୁଅନ୍ତୁ ସରକାର । ହୋଲିକୁ ଅପରାଧରେ ଅପବିତ୍ର କରିଛନ୍ତି ସରକାର । ବିଧାନସଭା ଓ ଗୃହ ବାହାରେ ଆଇନ ଶୃଙ୍ଖଳା କଥା ସବୁବେଳେ ଉଠୁଛି ବୋଲି କହି ବର୍ଷିଛନ୍ତି ଅରୁଣ ସାହୁ ।