BIG NEWS
ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜଧାନୀରେ ମହିଳା ସୁରକ୍ଷିତ ନାହାନ୍ତି- ମହିଳା କଂଗ୍ରେସ
ପୋଲିସ ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି- କଂଗ୍ରେସ
ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ; ଏବେ ବିକାଶର ଆଢ଼ୁଆଳରେ ନୂଆପଡ଼ା : ଭକ୍ତ ଚରଣ ଦାସ୍

ଐତିହାସିକ, ଭବିଷ୍ୟନ୍ମୋଖୀ, ସନ୍ତୁଳିତ ବଜେଟ- ଧର୍ମେନ୍ଦ୍ର ପ୍ରଧାନ

FMNEWS.IN 01-02-2025
Historic, forward-looking, balanced budget- Dharmendra Pradhan

ଭୁବନେଶ୍ୱର, 1 ଫେବ୍ରୁଆରି କେନ୍ଦ୍ରୀୟ ବଜେଟକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିକଶିତ ଭାରତର ସଂକଳ୍ପକୁ ସମର୍ପିତ ଐତିହାସିକ, ଭବିଷ୍ୟନ୍ମୋଖୀ ଓ ସନ୍ତୁଳିତ ବଜେଟ ଅଟେ । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଗରିବ, ମହିଳା, ଚାଷୀ, ଯୁବକ, ମଧ୍ୟମବର୍ଗ ଓ ବଂଚିତଙ୍କ ହିତରେ ସମର୍ପିତ ବଜେଟ ଉପସ୍ଥାପନ କରିଛନ୍ତି । ଏହା ବିକଶିତ ଭାରତର ସଂକଳ୍ପକୁ ନୂଆ ଶିଖରକୁ ନେବା ଭଳି ବଜେଟ ଅଟେ ।

ଏହି ବଜେଟ ସବକା ସାଥ-ସବକା ବିକାଶର ସଂକଳ୍ପନାକୁ ସାକାର କରିବା ବିଶିଷ୍ଟ ଅଟେ । ଏହି ବଜେଟରୁ ଚାଷୀଙ୍କ ଆୟ ବଢିବ । ମହିଳା ଉଦ୍ୟମୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ପୁଂଜିଗତ ବ୍ୟୟରେ ବୃଦ୍ଧି ହେବ, ନିବେଶ ବଢିବ, ଦେଶର ଆଧାରଭୂତ ସଂରଚନାକୁ ନୂଆ ଦିଗ ମିଳିବ । ଶିକ୍ଷା, ସ୍କିଲ ଡେଭଲପମେଂଟ, ରିସର୍ଚ୍ଚ, ଇନୋଭେସନକୁ ପ୍ରୋତ୍ସାହନ ମିଳିବ । ପାୱାର, ଏନର୍ଜି, ଇନଫ୍ରାଷ୍ଟ୍ରକଚର, କୃଷି ପରି ସେକ୍ଟରକୁ ଆହୁରି ଗତି ମିଳିବ । ନିଶ୍ଚିତ ଭାବେ ଏହି ବଜେଟ ଦେଶର ପରିବାରଜନଙ୍କ ଜୀବନରେ ଖୁସି ଆଣିବ । ପ୍ରତି ବର୍ଗଙ୍କୁ ସଶକ୍ତ କରିବା ବିଶିଷ୍ଟ ସର୍ବସ୍ପର୍ଶୀ-ସମାବେଶୀ ବଜେଟ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାନନୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ହୃଦୟରୁ ଧନ୍ୟବାଦ । ପୂରା ଦେଶ ଆଜି ବଜେଟକୁ ସ୍ୱାଗତ କରୁଛି ।