- ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା : ରୂପା ମୁଦିକୁ ନେଇ ଖୋଳତାଡ଼, ମୁଦିକୁ ଚିହ୍ନିଲେ ଗହଣା ଦୋକାନୀ
- ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ: ବିଜେଡି
- ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ ଜଣାଇଲେ ମନ୍ଦିର ସମସ୍ୟା ଏବଂ ସେବାୟତଙ୍କ ଦୁଃଖ
- ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ଜିଲ୍ଲାକୁ ରେଡ଼ ୱାର୍ନିଂ
- ସୋମବାର ସଂସଦର ଉଭୟ ଗୃହରେ ଅପରେସନ ସିନ୍ଦୂର ଉପରେ ହେବ ଆଲୋଚନା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବିଶାଳ ଗଣଧାରଣା

ଭୁବନେଶ୍ଵର(FMNews) : ଗତ ତା. ୧୭/୧୨/୨୦ ୨୪ ରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଡଃ ଭିମ ରାଓ ଆମ୍ବେଦକରଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ଏହାର ଦୃଢ଼ ନିନ୍ଦା କରିବା ସହିତ କ୍ଷୋଭ ପ୍ରକାଶ କରିଛି ।
ଅତ୍କଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ ଙ୍କ ନେତୃତ୍ୱରେ ଏଜି ଛକ ଠାରେ ଥିବା ଡ଼ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ବିଶାଳ ଶୋଭାଯାତ୍ରା ଏଡିଏମ୍ ଙ୍କ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲା।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବିଶାଳ ଗଣଧାରଣା I #OdishaCongress pic.twitter.com/aAssM9QSws
Fast Mail News (@FastMailNews) December 24, 2024
ସେଠାରେ ବିଶାଳ ଗଣଧାରଣା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ନେତୃବୃନ୍ଦ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦରଙ୍କର ଦେଶ ପ୍ରତି ଥିବା ତ୍ୟାଗ ଓ ବଳିଦାନକୁ ସ୍ଲୋଗାନ ମାଧ୍ୟମରେ ଏବଂ ନିଜ ଅଭିଭାଷଣ ରେ ପ୍ରଦାନ କରି ଏଭଳି ଅଶାଳିନ ମନ୍ତବ୍ୟ ଦେଇ ଘୃଣ୍ୟ କର୍ମ କରିଥିବା ଗୃହମନ୍ତ୍ରୀ ଅମିତ ଶାହାଙ୍କର ଇସ୍ତଫା ଦାବି କରିଥିଲେ।
ସେହିପରି ଦିଲ୍ଲୀରେ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୁର୍ତି ତଳେ କଂଗ୍ରେସ ସଭାପତି ତଥା ରାଜ୍ୟସଭା ବିରୋଧ ଦଳର ନେତା ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପରେ କେତେକ ବିଜେପି ସାଂସଦଙ୍କ ଆକ୍ରମଣ ଏବଂ ଲୋକସଭାର ବିରୋଧି ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବେଶ ପଥରେ ବିଜେପି ସାଂସଦ ମାନଙ୍କ ପ୍ରତିରୋଧ ଘଟଣାକୁ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଡିଏମ୍ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ
ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ମହମ୍ମଦ ମୁକିମ ,ରାମଚନ୍ଦ୍ର ଖୁଣ୍ଟିଆ, ଜଗନ୍ନାଥ ପଟ୍ଟନାୟକ, ମନୋରଞ୍ଜନ ଦାସ, କିଶୋର ଜେନା,ୟାସିର ନୱାଜ୍, ବାଙ୍କନିଧ ବେହେରା,ଜାନକୀ ବଲ୍ଲଭ ପଟ୍ଟନାୟକ,ସୁବ୍ରତ ମହାପାତ୍ର, ଦୀପକ କୁମାର ମହାପାତ୍ର,ସୁବ୍ରତ,ଚିନ୍ମୟ ବେଉରା,ଆଲୋକ ମହାନ୍ତି ରଞ୍ଜିତ ପାତ୍ର,ଉଦିତ ପ୍ରଧାନ, ରାଜକିଶୋର ବାରିକ,ଅଶୋକ ଦାଶ,ଲଲାଟେନ୍ଦୁ ଦାଶ,ଆଶିଷ ମଲ୍ଲିକ,ସମ୍ଭୁ ପାଣିଗ୍ରାହୀ, ମନୋରଞ୍ଜନ ରାଉତରାୟ,ମନୋରଞ୍ଜନ ରାଉତ,ମନୋରଞ୍ଜନ ଜେନା,ତରୁଣ ମିଶ୍ର, ମାନସ ଆଚାର୍ଯ୍ୟ, ରଜନୀ ମହାନ୍ତି,ଚିନ୍ମୟ ଦାସ, ଶ୍ରୀନିବାସ ରାଉତରାୟ ,ଦେବୀ ପ୍ରସାଦ ବାହାଲିଆ, ମନୋରଞ୍ଜନ ରାଉତରାୟ, ମିହିର ଆଚାର୍ଯ୍ୟ, ତାପସ ସେଠୀ, ମଣ୍ଟୁ ମଲ୍ଲିକ , ପ୍ରଭାତ ପ୍ରତାପ ସିଂ, ବ୍ରହ୍ମାନନ୍ଦ ସାହୁ,ସତ୍ୟ ରଞ୍ଜନ ନାୟକ, ପ୍ରଶାନ୍ତ ଚମ୍ପତି,ସନ୍ତୋଷ ଜେନା,ସିଦ୍ଧାର୍ଥ ରାଉତରାୟ,ଲିଙ୍ଗରାଜ ସାହୁ,ସଙ୍କୁନା କହଁର,ମୋହନ ଜେନା, ଜ୍ୟୋତି ମହାନ୍ତି,ଜୟକୃଷ୍ଣ ମଲିଆ, ପ୍ରସନ୍ନ ନାୟକ,ନଜିବୁର ହୁସେନ ଖାନ୍,ପ୍ରତାପ ପ୍ରଧାନ,ସୁବାସ ଜେନା, ସଞ୍ଜୟ ରାୟ,ନଳିନୀ କାନ୍ତ ନାୟକ, ଦେଓ ପ୍ରସାଦ,ସଂଦିପ ସାମଲ, ଲୁଲୁ ଅହମ୍ମଦ,ସ୍ପନ୍ଦନ ସ୍ୱାଇଁ,ଦେବାଶିଷ ମହାପାତ୍ର, ବଇଲୋଚନ ସାହୁ, ସେଖ ତାକୁଇନ,ମହମ୍ମଦ ଶାହାଦୂଲ୍ଲା,ପବିତ୍ର ଦାଶ,ଅନିଲ ଦାଶ, ପ୍ରଣତି ମିଶ୍ର,ଗୀତାଞ୍ଜଳି ମହାନ୍ତି,ମଧୁସ୍ମିତା ଆଚାର୍ଯ୍ୟ,କୁସୁମ ପ୍ରଧାନ,ପ୍ରାଚୀ ରାଉତରାୟ,ନିରୁପମା ପାତ୍ର,ମନିଷା ପଟ୍ଟନାୟକ,ସ୍ନେହପ୍ରଭା ଜେନା,ଜୟଶ୍ରୀ ପାତ୍ର,ମାମିନା ବେହେରା ପ୍ରମୁଖ ବହୁ ଛାତ୍ର,ଯୁବ,ମହିଳା କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ ।