- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
୮ ବର୍ଷ ଭିତରେ ନବୀନ ମାତ୍ର ୫୨ ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ - ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣିକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାରକୁ ଆସିଲେ । ୨୦୦୦ରୁ ୨୦୦୮ ପର୍ଯ୍ୟନ୍ତ ୮ ବର୍ଷ ଭିତରେ ନବୀନ ମାତ୍ର ୫୨ ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ । ୨୦୦୮ ପର ଠାରୁ ଆଉ ନବୀନ ଅଭିଯୋଗ ଶୁଣାଣୀ ପାଇଁ ଗଲେ ନାହିଁ । କଣ ଅଭିଯୋଗ ଆସୁଛି, କଣ ଶୁଣାଣି ହେବ, ଭାଷାଗତ ସମସ୍ୟା ହେଉଥିଲା, ଲୋକ ଓଡ଼ିଆ କହିଲା ବେଳେ ମୁଖ୍ୟମନ୍ତ୍ରୀ ବୁଝିବାରେ ଅସୁବିଧା ହେଉଥିଲା, ନବୀନ ଇଂରାଜୀରେ କହିଲା ବେଳେ ଲୋକ ବୁଝି ପାରିନଥିଲେ । ବୋଧେ ଏହି ସବୁ କାରଣ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିବାକୁ ଚାହିଁଲେ ନାହିଁ। ସାଧାରଣ ଲୋକଙ୍କ ଅଭିଯୋଗ ସରକାରୀ ବାବୁ ଶୁଣିଲେ ଓ ସରକାରୀ ବାବୁ ମାନେ ମାଲିକ ପାଲଟିଲେ। ତେଣୁ ସରକାରୀ ବାବୁଙ୍କ ଅଧୀନରେ ଚାଲୁଥିବା ବିଜେଡିର ନେତା ମନ୍ତ୍ରୀ ମାନେ ସମାଲୋଚନା କରିବା ଠିକ୍ ନୁହେଁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।