- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
୮ ବର୍ଷ ଭିତରେ ନବୀନ ମାତ୍ର ୫୨ ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ - ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣିକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାରକୁ ଆସିଲେ । ୨୦୦୦ରୁ ୨୦୦୮ ପର୍ଯ୍ୟନ୍ତ ୮ ବର୍ଷ ଭିତରେ ନବୀନ ମାତ୍ର ୫୨ ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ । ୨୦୦୮ ପର ଠାରୁ ଆଉ ନବୀନ ଅଭିଯୋଗ ଶୁଣାଣୀ ପାଇଁ ଗଲେ ନାହିଁ । କଣ ଅଭିଯୋଗ ଆସୁଛି, କଣ ଶୁଣାଣି ହେବ, ଭାଷାଗତ ସମସ୍ୟା ହେଉଥିଲା, ଲୋକ ଓଡ଼ିଆ କହିଲା ବେଳେ ମୁଖ୍ୟମନ୍ତ୍ରୀ ବୁଝିବାରେ ଅସୁବିଧା ହେଉଥିଲା, ନବୀନ ଇଂରାଜୀରେ କହିଲା ବେଳେ ଲୋକ ବୁଝି ପାରିନଥିଲେ । ବୋଧେ ଏହି ସବୁ କାରଣ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିବାକୁ ଚାହିଁଲେ ନାହିଁ। ସାଧାରଣ ଲୋକଙ୍କ ଅଭିଯୋଗ ସରକାରୀ ବାବୁ ଶୁଣିଲେ ଓ ସରକାରୀ ବାବୁ ମାନେ ମାଲିକ ପାଲଟିଲେ। ତେଣୁ ସରକାରୀ ବାବୁଙ୍କ ଅଧୀନରେ ଚାଲୁଥିବା ବିଜେଡିର ନେତା ମନ୍ତ୍ରୀ ମାନେ ସମାଲୋଚନା କରିବା ଠିକ୍ ନୁହେଁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।