Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଓଡ଼ିଶାକୁ ଭାଗ ଭାଗ କରିବା କଣ ଓଡ଼ିଆ ଅସ୍ମିତା- ତାରା ବାହିନୀପତି
FMNEWS.IN
09-03-2025
ଭୁବନେଶ୍ୱର, 9 ମାର୍ଚ୍ଚ- ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି। କହିଛନ୍ତି ଓଡ଼ିଶାକୁ ଭାଗ ଭାଗ କରିବା କଣ ଓଡ଼ିଆ ଅସ୍ମିତା। ଓଡ଼ିଶାକୁ ଭାଗ ଭାଗ କଲା ଭଳି ପ୍ରତିକ୍ରିୟା ଦେଉଛନ୍ତି ଜୟ ନାରାୟଣ । ଆଜି କୋଶଲ କଥା କହୁଛନ୍ତି କାଲି ଦକ୍ଷିଣାଞ୍ଚଳ କଥା ଉଠିବ ତାପରେ ଉତ୍ତରାଞ୍ଚଳ କଥା ଉଠିବ । ତାହେଲେ ଓଡ଼ିଶାକୁ ଭାଗ ଭାଗ କରିଦେବା କି ? ଜୟ ଦାଦା ଟିକେ ଅସନ୍ତୁଷ୍ଟ ଅଛନ୍ତି । ତାଙ୍କ ସହିତ ଆଲୋଚନା କରି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦିଅନ୍ତୁ ସିଏ ଆଉ ଏଇଭଳି ମନ୍ତବ୍ୟ ଦେବେ ନାହିଁ। ତାଙ୍କ ଦଳରେ ପାଣ୍ଡିଆନ କଥା ପ୍ରଥମେ ଉଠେଇବା ଲୋକ ସିଏ ତାଙ୍କୁ ଅଣଦେଖା କରାଯାଉଛି ବୋଲି ତାରା ବାହିନୀପତି କହିଛନ୍ତି।