- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ହଟ୍ଟଗୋଳ କରାଯିବାକୁ ନେଇ ବିଜେଡି ବିଧାୟକଙ୍କୁ ଘେରିଲେ ଜୟ ନାରାୟଣ
କହିଲେ ପାଣ୍ଡିଆନଙ୍କ ନିର୍ଦେଶରେ ବିଜେଡି ବିଧାୟକ ମାନେ କରୁଛନ୍ତି ଗୃହକ ସମୟ ନଷ୍ଟ
ଭୁବନେଶ୍ୱର, 15 ଫେବୃଆରୀ - ଚାଷୀ ମାନଙ୍କ ସମସ୍ୟାକୁ ନେଇ ମୁଖ୍ୟ ବିରୋଧୀ ଦଳ ବିଜେଡି ବିଧାୟକ ମାନଙ୍କ ଦ୍ୱାରା ହଟ୍ଟଗୋଳ କରାଯିବାକୁ ନେଇ ଟାର୍ଗେଟ କରିଛନ୍ତି ଶାସକ ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ।
ଶ୍ରୀ ମିଶ୍ର ଆଜି ବିଧାନସଭାରେ କହିଥିଲେ ଯେ, ଗତ କାଲି ମୁଖ୍ୟ ବିରୋଧୀ ଦଳ ଗୋଟାଏ ମୁଲତବୀ ପ୍ରସ୍ତାବ ଆଣିଥିଲେ। । ଏହା ଚାଷୀଙ୍କ ସମସ୍ୟା ସମ୍ପର୍କିତ ଥିଲା । ଶାସକ ଦଳ ଓ ସରକାର ଏହି ପ୍ରସଙ୍ଗରେ ଆଲୋଚନା
ପାଇଁ ସରକାର ପ୍ରସ୍ତୁତ ଥିଲେ। । ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସତ୍ୱେ ବିରୋଧୀ ବିଜେଡି ଦଳର ବିଧାୟକ ମାନେ ହଟ୍ଟଗୋଳ କରି ଗୃହ ଚଳାଇ ଦେଲେ ନାହିଁ । ସେ ପ୍ରଶ୍ନ କରିଥିଲେ ଯେ, କାହିଁକି ଗୃହକୁ ବିରୋଧୀ ଚଳାଇଦେଲେ ନାହିଁ। କାହିଁକି ମୂଲ୍ୟବାନ ସମୟ ନଷ୍ଟ କରାଗଲା । ଲବିରେ ମୁଁ ଆଲୋଚନା କରୁଥିଲି ବିଜେଡି ଦଳର ସଦସ୍ୟ କହିଲେ ପଣ୍ଡିଆନ କହିଲେ ବୋଲି ଆମେ ଗୃହ ବନ୍ଦ କଲୁ।
ଶ୍ରୀ ମିଶ୍ର କହିଥିଲେ ଯେ, ଟେଣ୍ଟ ବନ୍ଧା, ଜରି ବୁହା ଲୋକ ଏ ମାନେ ଗୃହକୁ ଆସିଛନ୍ତି। ସେମାନେ ଜନସାଧାରଣଙ୍କ କଥା ଉଠାଇବାକୁ ଆସି ନାହାନ୍ତି । କେଉଁ ହିସାବରେ ଏ ଗୃହକୁ ଏମାନେ ବନ୍ଦ କଲେ।
ବିଜେଡି ସଦସ୍ୟ ମାନେ କ୍ଷମା ପ୍ରାର୍ଥନା କରିବା କଥା। କିଏ ଏମାନଙ୍କ ମଧ୍ୟରୁ ପଣ୍ଡିଆନଙ୍କର ଏକ ନମ୍ୱର୍ ଚାମଚା ହେବ ସେ ପ୍ରତିଯୋଗିତାରେ ଏମାନେ ଅଛନ୍ତି । ଏମାନଙ୍କର ଦୋହରା ନୀତିକୁ ଓଡ଼ିଶାର ଲୋକେ ନିନ୍ଦା କରୁଛନ୍ତି ବୋଲି ସେ କହିଥିଲେ ।