- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ହଟ୍ଟଗୋଳ କରାଯିବାକୁ ନେଇ ବିଜେଡି ବିଧାୟକଙ୍କୁ ଘେରିଲେ ଜୟ ନାରାୟଣ
କହିଲେ ପାଣ୍ଡିଆନଙ୍କ ନିର୍ଦେଶରେ ବିଜେଡି ବିଧାୟକ ମାନେ କରୁଛନ୍ତି ଗୃହକ ସମୟ ନଷ୍ଟ
ଭୁବନେଶ୍ୱର, 15 ଫେବୃଆରୀ - ଚାଷୀ ମାନଙ୍କ ସମସ୍ୟାକୁ ନେଇ ମୁଖ୍ୟ ବିରୋଧୀ ଦଳ ବିଜେଡି ବିଧାୟକ ମାନଙ୍କ ଦ୍ୱାରା ହଟ୍ଟଗୋଳ କରାଯିବାକୁ ନେଇ ଟାର୍ଗେଟ କରିଛନ୍ତି ଶାସକ ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ।
ଶ୍ରୀ ମିଶ୍ର ଆଜି ବିଧାନସଭାରେ କହିଥିଲେ ଯେ, ଗତ କାଲି ମୁଖ୍ୟ ବିରୋଧୀ ଦଳ ଗୋଟାଏ ମୁଲତବୀ ପ୍ରସ୍ତାବ ଆଣିଥିଲେ। । ଏହା ଚାଷୀଙ୍କ ସମସ୍ୟା ସମ୍ପର୍କିତ ଥିଲା । ଶାସକ ଦଳ ଓ ସରକାର ଏହି ପ୍ରସଙ୍ଗରେ ଆଲୋଚନା
ପାଇଁ ସରକାର ପ୍ରସ୍ତୁତ ଥିଲେ। । ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସତ୍ୱେ ବିରୋଧୀ ବିଜେଡି ଦଳର ବିଧାୟକ ମାନେ ହଟ୍ଟଗୋଳ କରି ଗୃହ ଚଳାଇ ଦେଲେ ନାହିଁ । ସେ ପ୍ରଶ୍ନ କରିଥିଲେ ଯେ, କାହିଁକି ଗୃହକୁ ବିରୋଧୀ ଚଳାଇଦେଲେ ନାହିଁ। କାହିଁକି ମୂଲ୍ୟବାନ ସମୟ ନଷ୍ଟ କରାଗଲା । ଲବିରେ ମୁଁ ଆଲୋଚନା କରୁଥିଲି ବିଜେଡି ଦଳର ସଦସ୍ୟ କହିଲେ ପଣ୍ଡିଆନ କହିଲେ ବୋଲି ଆମେ ଗୃହ ବନ୍ଦ କଲୁ।
ଶ୍ରୀ ମିଶ୍ର କହିଥିଲେ ଯେ, ଟେଣ୍ଟ ବନ୍ଧା, ଜରି ବୁହା ଲୋକ ଏ ମାନେ ଗୃହକୁ ଆସିଛନ୍ତି। ସେମାନେ ଜନସାଧାରଣଙ୍କ କଥା ଉଠାଇବାକୁ ଆସି ନାହାନ୍ତି । କେଉଁ ହିସାବରେ ଏ ଗୃହକୁ ଏମାନେ ବନ୍ଦ କଲେ।
ବିଜେଡି ସଦସ୍ୟ ମାନେ କ୍ଷମା ପ୍ରାର୍ଥନା କରିବା କଥା। କିଏ ଏମାନଙ୍କ ମଧ୍ୟରୁ ପଣ୍ଡିଆନଙ୍କର ଏକ ନମ୍ୱର୍ ଚାମଚା ହେବ ସେ ପ୍ରତିଯୋଗିତାରେ ଏମାନେ ଅଛନ୍ତି । ଏମାନଙ୍କର ଦୋହରା ନୀତିକୁ ଓଡ଼ିଶାର ଲୋକେ ନିନ୍ଦା କରୁଛନ୍ତି ବୋଲି ସେ କହିଥିଲେ ।