- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
କଂଗ୍ରେସ ଭବନରେ ସାଂସଦଙ୍କୁ ସମ୍ବର୍ଦ୍ଧନା
ଜୟପୁର - ଜୟପୁର କଂଗ୍ରେସ ଭବନ ପରିସରରେ ଆଜି ସାପ୍ସସଦ ସପ୍ତଗିରି ଉଲ୍ଲକାଙ୍କୁ ନଗର କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ସାଂସଦଙ୍କୁ ଏକ ମୋଟରସାଇକଲ ଶୋଭାଯାତ୍ରାରେ କଂଗ୍ରେସ ଭବନକୁ ଅଣାଯାଇଥିଲା। କଂଗ୍ରେସ ଭବନରେ ନଗର କଂଗ୍ରେସ ସଭାପତି ନରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ବିଧାୟକ ତାରାପ୍ରସାଦ ବାହିନୀପତି, ବ୍ଲକ ସଭାପତି ବସନ୍ତ ନାୟକ,ରୁପକ ତୁରୁକୁ, ରାମ ପ୍ରସାଦ ପାଢି ଓ ସନ୍ଦିପ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ସାଂସଦ ଶ୍ରୀ ଉଲକା ନିର୍ବାଚନ ଜିତିବା ପରେ ଆଜି କର୍ମୀଙ୍କ ସହ ପ୍ରଥମ ବୈଠକ ହୋଇଥିଲା। କର୍ମୀମାନେ ରାଜ୍ୟରେ କଣ ହେଉଛି, କେନ୍ଦ୍ରରେ କଣ ହେଉଛି କଂଗ୍ରେସର କଣ ଆଭିମୁଖ୍ୟ ଅଛି ସେ ବିଷୟରେ ଆଜି କର୍ମୀ ମାନଙ୍କ ସହ ଆଲୋଚନା କରାଗଲା। ଆସନ୍ତା ନିର୍ବାଚନରେ ୭ରୁ ୭ ବିଧାନସଭାରେ ଜିତିବୁ ବୋଲି କହିଥିଲେ।ଭୁବନେଶ୍ୱରେ ଠାରେ ହେବାକୁ ଥିବା ବିଶାଳ ରାଲିରେ ସମସ୍ତ କର୍ମୀମାନଙ୍କୁ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ। ସମୟର ଅଭାବ ଯୋଗୁଁ ଜୟପୁର କୁ ସମୟ ଦେଇପାରୁନଥିଲି କିନ୍ତୁ ମୁଁ ବ୍ୟକ୍ତିଗତ ଖବର ରଖୁଥିଲି ବୋଲି କହିଥିଲେ। ସରକାର ବିରୁଦ୍ଧରେ କଂଗ୍ରେସ ସ୍ୱର ଉଠାଇବ ବୋଲି କହିଥିଲେ। କାଶ୍ମିରର ପେହଲଗାଁଓରେ ହୋଇଥିବା ହତ୍ୟାକୁ ନିନ୍ଦା କରିବା ସହ ସରକାରଙ୍କୁ ଆମେ ସମର୍ଥନ କରିବୁ। ଯିଏ ଏହି କାଣ୍ଡ ଭିଆଇଛି ସେ ଦଣ୍ଡ ପାଇବା ଉଚିତ ବୋଲି କିହିଥିଲେ। ୱାକବ ବିଲ ହିନ୍ଦୁ ବିରୋଧି କି ହିନ୍ଦୁ ସମର୍ଥକ ବିଲ ନୁହେଁ ଏହା ସମ୍ବିଧାନ ବିରୋଧି। ଏହା ସମ୍ବିଧାନ ବିରୋଧି ଅଟେ ବୋଲି କହିଥିଲେ। ପରେ ବିଧାୟକ ଓ ସାଂସଦଙ୍କୁ ଏକ ମୋଟର ସାଇକଲ ଶୋଭାଯାତ୍ରା କରି ବେଦିକା ଭବନ ନିଆଯାଇଥିଲା।