- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
- ବଜେଟ୍ ଗରିବ ବିରୋଧି : କଂଗ୍ରେସ
ପାଟଣାଗଡରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ନିଆଁରେ ଜାଳିଦେବା ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ତୀବ୍ର ପ୍ରତିବାଦ
ମାଲକାନଗିରି, ୧୫ ଅପ୍ରେଲ - ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲେ ଦୁର୍ବୁତ୍ତ, ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିବା ଏକ ଷଡଯନ୍ତ୍ର, ଏହା ଅକ୍ଷମଣୀୟ ଅପରାଧ..ଯାହା ୨୪ ବର୍ଷରେ ହୋଇ ନ ଥିଲା ତାହା ଏବେ ହେଉଛି । ଏହି ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ମାନସ ମାଡକାମୀଙ୍କ ନେତୃତ୍ବରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଲାଠିଆଗୁଡା ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇ ତୀବ୍ର ପ୍ରତିବାଦ କରିଛନ୍ତି । ମହାନ ଜନନାୟକ, ପ୍ରବାଦ ପୁରୁଷ, ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ପୁରୋଧା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଭଳି ଅତ୍ୟନ୍ତ ଜଘନ୍ୟ ଓ ହୀନ କାର୍ଯ୍ୟ ଆଜି ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି। ବିଜୁ ବାବୁ କୈାଣସି ଦଳର ନୁହଁନ୍ତି, ସେ ଓଡି଼ଆ ଜାତିର ଜନନାୟକ। ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ କାଟିଦେଲେ, ପାଟଣାଗଡ଼ରେ ପ୍ରତିମୂର୍ତ୍ତି ଜାଳିଦେଲେ। ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ। ସବୁକିଛି ପରେ ବି ରାଜ୍ୟ ବିଜେପି ମୋହନ ସରକାରଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତୁରନ୍ତ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେନେଇ ସରକାର ଯତ୍ନବାନ ହୁଅନ୍ତୁ ।
ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଗୋପାଳ କୃଷ୍ଣ ପଣ୍ଡା, ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ, ବିଜେଡି ମହିଳା ନେତ୍ରୀ ପ୍ରଶାନ୍ତି ଲତା ବିଶୋଇ, ବରିଷ୍ଠ ନେତା ପ୍ରଫୁଲ୍ଲ ପଣ୍ଡା, ଲମ୍ବୋଦର ତୁରୁକ, ରୁଦ୍ର ପାତ୍ର, ଶରତ ଚନ୍ଦ୍ର ବିଶ୍ୱାଳ, ରବି ରାଜେଶ, ତାପଶ ନାୟକ, କଣ୍ଟେଶ ପଟଲା, ସର୍ବ ବିଶୋଇ, ରାଜୁ ସୀସା, ତ୍ରିଲୋଚନ ଚୌଧରି, ଟି. ଵାଲା, କେ. ରାହୁଲ, ଗାନ୍ଧୀ କୁମାର ପଣ୍ଡା, ସୁବ୍ରତ ଶୀଲ, ସତ୍ୟ ସ୍ୱାଇଁ, ଦୀପକ ବିଶ୍ୱାସ ପ୍ରମୁଖଙ୍କ ସହିତ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।