Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜିନ୍ନତକୁ ଫେରାଇବା ପରେ ରାଗିଲେ ମମତା
FMNEWS.IN
07-01-2025
ଭୁବନେଶ୍ୱର, 7ଜାନୁୟାରୀ :- ଜିନ୍ନତକୁ ଫେରାଇବା ପରେ ରାଗିଲେ ମମତା । ବାଘ ଉଦ୍ଧାର ନେଇ ଓଡିଶା ସରକାର ଓ ବନ ବିଭାଗକୁ ଟାର୍ଗେଟ । ଆଉ ଏକ ବାଘ ବେଙ୍ଗଲ ଚାଲିଯାଇଥିବାର ଆଣିଲେ ଅଭିଯୋଗ । ଯଦି ଓଡିଶା ଜଙ୍ଗଲରେ ଜାଗା ନାହିଁ,ତାହେଲେ ଆମ ବ୍ୟାଘ୍ର ଅଭୟାରଣ୍ୟରେ ବାଘକୁ ରଖିଦେବାକୁ କହି କଲେ କଟାକ୍ଷ । ତମ ଜଙ୍ଗଲରେ ଜାଗା ନାହିଁ ବୋଲି ବାଘକୁ ନେଇ ପାଣିରେ ଛାଡ଼ିଦେଲ । ରାଗିକି ଖୋଲା ମଞ୍ଚରେ ମମତାଙ୍କ ଆହ୍ୱାନ । ଓଡିଶା ବନ ବିଭାଗ ନିଜେ ଆସୁ ନିଜ ବାଘକୁ ନେଇକି ଯାଉ । ପୂର୍ବରୁ ଜିନ୍ନତ ବେଙ୍ଗଲ ଯାଇ ପାଞ୍ଚୋଟି ଜିଲାରେ ଆତଙ୍କ ଖେଳେଇଥିଲା । ଯାହା ପାଇଁ ସ୍କୁଲ ଠାରୁ ଘର ସବୁ ବନ୍ଦ ହେଇଯାଇଥିଲା । ଯେମିତି ଆମ ବନ ବିଭାଗ ଦିନ ରାତି ଏକ କରି ବାଘୁଣୀକୁ ଉଦ୍ଧାର କଲା ସେମିତି ଫୋନ ଆସିବା ଆରମ୍ଭ ହେଲା ଜଲଦି ଫେରାଓ । ବାଘ ଆଳୁ ନୁହଁ ଯେ ମମତା ସରକାର ରଖିଦେବେ ବୋଲି ପୂର୍ବରୁ କହିଥିଲେ ଜଙ୍ଗଲ ମନ୍ତ୍ରୀ ।