- ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା : ରୂପା ମୁଦିକୁ ନେଇ ଖୋଳତାଡ଼, ମୁଦିକୁ ଚିହ୍ନିଲେ ଗହଣା ଦୋକାନୀ
- ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ: ବିଜେଡି
- ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ ଜଣାଇଲେ ମନ୍ଦିର ସମସ୍ୟା ଏବଂ ସେବାୟତଙ୍କ ଦୁଃଖ
- ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ଜିଲ୍ଲାକୁ ରେଡ଼ ୱାର୍ନିଂ
- ସୋମବାର ସଂସଦର ଉଭୟ ଗୃହରେ ଅପରେସନ ସିନ୍ଦୂର ଉପରେ ହେବ ଆଲୋଚନା
ମନମୋହନ ସିଂହ ଦେଶର ଅର୍ଥ ବ୍ୟବସ୍ଥାକୁ ନୂତନ ଦିଗ ଦେଇଥିଲେ- ରାମନାଥ କୋବିନ୍ଦ

କୋଲକାତା, ୨୭ ଡିସେମ୍ବର - ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ. ମନମୋହନ ସିଂହଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୋବିନ୍ଦ କହିଛନ୍ତି ଯେ, ଡଃ. ସିଂହ ସେ ସମୟରେ ଦେଶର ଅର୍ଥ ବ୍ୟବସ୍ଥାକୁ ନୂତନ ଦିଗ ଦେଇଥିଲେ, ଯେତେବେଳେ ଦେଶ ଅତ୍ୟନ୍ତ ଆର୍ଥକ ସମସ୍ୟା ଦେଇ ଗତି କରୁଥିଲା । ଡଃ. ସିଂହଙ୍କ ପରଲୋକକୁ ନିଜର ବ୍ୟକ୍ତିଗତ କ୍ଷତି କହି କୋବିନ୍ଦ କହିଛନ୍ତି ଯେ, ତାଙ୍କର ବିନମ୍ରତା ଏବଂ ସରାଳତାର ଛବି ସର୍ବଦା ମୋ ମନରେ ରହିବ । ମୁଁ କେବେହେଲେ ତାଙ୍କ ମୁହଁରୁ କୌଣସି ଆପତିଜନକ କିମ୍ବା ଅଶୋଭନୀୟ ଶବ୍ଦ ଶୁଣି ନାହିଁ ।
ଶ୍ରୀ କୋବିନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ, ଆର୍ଥିକ ସଙ୍କଟ ସମୟରେ ଡଃ. ସିଂହ କୁଶଳ ନେତୃତ୍ୱ ପ୍ରଦାନ କରିଥିଲେ । ଏବଂ ଅର୍ଥ ବ୍ୟବସ୍ଥାକୁ ନୂତନ ଦିଗରେ ଅଗ୍ରସର କରିଥିଲେ । ଡଃ. ସିଂହ ଭାରତୀୟ ମୂଲ୍ୟବୋଧ ଏବଂ ବିଜ୍ଞାନର ସଙ୍ଗମର ପ୍ରତୀକ ଥିଲେ । ତାଙ୍କ ଭିତରେ ଭାରତୀୟ ସଂସ୍କୃତି ଏବଂ ଆଧୁନିକତାର ଅଦ୍ଭୁତ ସମନ୍ୱୟ ଥିଲା । ତାଙ୍କ ସହିତ ମୋର ଅନେକ ସ୍ମୃତି ଜଡ଼ିତ ରହିଛି । ଏହି କ୍ଷତି ମୋ ପାଇଁ କୌଣସି ନିଜର ବ୍ୟକ୍ତିଙ୍କୁ ହଜାଇବା ସଦୃଶ ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ୯୨ ବର୍ଷ ବୟସରେ ଗୁରୁବାର ରାତିରେ ଦିଲ୍ଲୀରେ ହୋଇଛି । ସେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ ।