Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନବ ଦାସଙ୍କ ହତ୍ୟାକାଣ୍ଡରେ ବହୁ ମୁଣ୍ଡ ସମ୍ପୃକ୍ତ- ଜୟ ନାରାୟଣ ମିଶ୍ର
FMNEWS.IN
30-01-2025
ଭୁବନେଶ୍ୱର, 30 ଜାନୁଆରି -ନବ ଦାସ ହତ୍ୟାକାଣ୍ଡ ନେଇ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବଡ଼ ବୟାନ । ନବ ଦାସଙ୍କ ହତ୍ୟାକାଣ୍ଡରେ ବହୁ ମୁଣ୍ଡ ସମ୍ପୃକ୍ତ । ତେଣୁ ରାଜ୍ୟ ସରକାରଙ୍କ ତଦନ୍ତ ଲୋକଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି । ସେ କହିଛନ୍ତି ସରକାର ସ୍ଵମୋଟୋ ତଦନ୍ତ କରିପାରିବେ କି ନାହିଁ ବିଚାର ଚାଲିଛି । ଆଇନ ଅନୁଯାୟୀ ଯଦି ସ୍ୱମୋଟା ତଦନ୍ତ ସରକାର କରିପାରିବେ ତେବେ କରାଯିବ । ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ନେଇ ପରିବାର ଲେଖିକି ଦେଲେ ମୁଁ ନିଜେ ସରକାରଙ୍କ ପାଖରେ ଅନୁରୋଧ କରିବି ଏବଂ ତାଙ୍କ ପରିବାରର ଅନୁରୋଧକୁ ସରକାର ସ୍ୱୀକାର କରିବେ ।