Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ନବ ଦାସଙ୍କ ହତ୍ୟାକାଣ୍ଡରେ ବହୁ ମୁଣ୍ଡ ସମ୍ପୃକ୍ତ- ଜୟ ନାରାୟଣ ମିଶ୍ର
FMNEWS.IN
30-01-2025
ଭୁବନେଶ୍ୱର, 30 ଜାନୁଆରି -ନବ ଦାସ ହତ୍ୟାକାଣ୍ଡ ନେଇ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବଡ଼ ବୟାନ । ନବ ଦାସଙ୍କ ହତ୍ୟାକାଣ୍ଡରେ ବହୁ ମୁଣ୍ଡ ସମ୍ପୃକ୍ତ । ତେଣୁ ରାଜ୍ୟ ସରକାରଙ୍କ ତଦନ୍ତ ଲୋକଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି । ସେ କହିଛନ୍ତି ସରକାର ସ୍ଵମୋଟୋ ତଦନ୍ତ କରିପାରିବେ କି ନାହିଁ ବିଚାର ଚାଲିଛି । ଆଇନ ଅନୁଯାୟୀ ଯଦି ସ୍ୱମୋଟା ତଦନ୍ତ ସରକାର କରିପାରିବେ ତେବେ କରାଯିବ । ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ନେଇ ପରିବାର ଲେଖିକି ଦେଲେ ମୁଁ ନିଜେ ସରକାରଙ୍କ ପାଖରେ ଅନୁରୋଧ କରିବି ଏବଂ ତାଙ୍କ ପରିବାରର ଅନୁରୋଧକୁ ସରକାର ସ୍ୱୀକାର କରିବେ ।