Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନୂଆ ସରକାରରେ ନୂଆ ଲଜ୍ଜା-ପ୍ରଶାନ୍ତ ମୁଦୁଲି
FMNEWS.IN
14-01-2025
ଭୁବନେଶ୍ୱର, 14 ଜାନୁଆରି ନେମାଳ ଅଚ୍ୟୁତାନନ୍ଦ ପୀଠରେ ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଆଗରେ ଗୁଣ୍ଡାଗିରି ଦେଖାଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ। ସୁରକ୍ଷା ଦାୟିତ୍ୱରେ ଥିବା ପିଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ଆଣିଛି ବିଜେଡି । ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଓଡିଶାରେ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ନୂଆ ସରକାର ନୂଆ ଲଜ୍ଜା। କେନ୍ଦ୍ରମନ୍ତ୍ରୀ ଦାଗୀଙ୍କ ସହିତ ଫଟୋ ଉଠାଉଛନ୍ତି। ଗତକାଲି ଆଇନମନ୍ତ୍ରୀଙ୍କ ଆଗରେ ମାହାଙ୍ଗା ବିଧାୟକ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ମାଡ ମାରିବା ଦୁର୍ଭାଗ୍ୟଜନକ। କର୍ମୀଙ୍କୁ ମାଡ ମାରିବା ଭିନ୍ନ କଥା। ବାଡ଼ ଯଦି କ୍ଷେତ ଖାଇବ ତାହାଲେ ଆମେ କଣ କହିବା ବୋଲି ବିଜେଡି ନେତା କହିଛନ୍ତି ।