Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ନୂଆ ସରକାରରେ ନୂଆ ଲଜ୍ଜା-ପ୍ରଶାନ୍ତ ମୁଦୁଲି
FMNEWS.IN
14-01-2025
ଭୁବନେଶ୍ୱର, 14 ଜାନୁଆରି ନେମାଳ ଅଚ୍ୟୁତାନନ୍ଦ ପୀଠରେ ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଆଗରେ ଗୁଣ୍ଡାଗିରି ଦେଖାଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ। ସୁରକ୍ଷା ଦାୟିତ୍ୱରେ ଥିବା ପିଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ଆଣିଛି ବିଜେଡି । ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଓଡିଶାରେ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ନୂଆ ସରକାର ନୂଆ ଲଜ୍ଜା। କେନ୍ଦ୍ରମନ୍ତ୍ରୀ ଦାଗୀଙ୍କ ସହିତ ଫଟୋ ଉଠାଉଛନ୍ତି। ଗତକାଲି ଆଇନମନ୍ତ୍ରୀଙ୍କ ଆଗରେ ମାହାଙ୍ଗା ବିଧାୟକ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ମାଡ ମାରିବା ଦୁର୍ଭାଗ୍ୟଜନକ। କର୍ମୀଙ୍କୁ ମାଡ ମାରିବା ଭିନ୍ନ କଥା। ବାଡ଼ ଯଦି କ୍ଷେତ ଖାଇବ ତାହାଲେ ଆମେ କଣ କହିବା ବୋଲି ବିଜେଡି ନେତା କହିଛନ୍ତି ।