Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ବିଜେଡ଼ି ଉପରାଷ୍ଟ୍ରପତି ଭଳି ସାମ୍ବିଧାନିକ ପଦ ପାଇଁ ଭୋଟ ନଦେବା ଶୁଭଙ୍କର ନୁହେଁ- ଅମର ଶତପଥୀ
FMNEWS.IN
13-09-2025
ଭୁବନେଶ୍ୱର, 13 ସେପ୍ଟେମ୍ବର- ବିଜେଡ଼ି ଉପରାଷ୍ଟ୍ରପତି ଭଳି ସାମ୍ବିଧାନିକ ପଦ ପାଇଁ ଭୋଟ ନଦେବା ଶୁଭଙ୍କର ନୁହେଁ ବୋଲି କହି ବିଜେଡ଼ି ଉପରେ ବର୍ଷିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ। ସେ କହିଛନ୍ତି ଯେ, ନିର୍ବାଚନ ହେଉଛି ମନୋନୟନ ପ୍ରକ୍ରିୟା। ନିର୍ବାଚନ କମିସନ୍ ଅଧିକ ଲୋକ ଯେପରି ଭୋଟ ଦେବାକୁ ଆସିବେ ସେଥିପାଇଁ ପ୍ରଚାର କରନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ନିର୍ବାଚିତ ପ୍ରତିନିଧି ହୋଇ ନିର୍ବାଚନ ପ୍ରକ୍ରିୟାରୁ ବିରତ ରହିବା ଗଣତନ୍ତ୍ରର ପରିପନ୍ଥୀ।
ବିଜେଡ଼ି ଉପରାଷ୍ଟ୍ରପତି ଭଳି ସାମ୍ବିଧାନିକ ପଦ ପାଇଁ ଭୋଟ ନଦେବା ଶୁଭଙ୍କର ନୁହେଁ। ଭୋଟ ଦାନରୁ ବିରତ ରହିବା ନକରାତ୍ମକ ବିଚାରଧାରା ବୋଲି ବରିଷ୍ଠ ରାଜନେତା ଅମର ଶତପଥୀ କହିଛନ୍ତି।