Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିଜେଡ଼ି ଉପରାଷ୍ଟ୍ରପତି ଭଳି ସାମ୍ବିଧାନିକ ପଦ ପାଇଁ ଭୋଟ ନଦେବା ଶୁଭଙ୍କର ନୁହେଁ- ଅମର ଶତପଥୀ
FMNEWS.IN
13-09-2025
ଭୁବନେଶ୍ୱର, 13 ସେପ୍ଟେମ୍ବର- ବିଜେଡ଼ି ଉପରାଷ୍ଟ୍ରପତି ଭଳି ସାମ୍ବିଧାନିକ ପଦ ପାଇଁ ଭୋଟ ନଦେବା ଶୁଭଙ୍କର ନୁହେଁ ବୋଲି କହି ବିଜେଡ଼ି ଉପରେ ବର୍ଷିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ। ସେ କହିଛନ୍ତି ଯେ, ନିର୍ବାଚନ ହେଉଛି ମନୋନୟନ ପ୍ରକ୍ରିୟା। ନିର୍ବାଚନ କମିସନ୍ ଅଧିକ ଲୋକ ଯେପରି ଭୋଟ ଦେବାକୁ ଆସିବେ ସେଥିପାଇଁ ପ୍ରଚାର କରନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ନିର୍ବାଚିତ ପ୍ରତିନିଧି ହୋଇ ନିର୍ବାଚନ ପ୍ରକ୍ରିୟାରୁ ବିରତ ରହିବା ଗଣତନ୍ତ୍ରର ପରିପନ୍ଥୀ।
ବିଜେଡ଼ି ଉପରାଷ୍ଟ୍ରପତି ଭଳି ସାମ୍ବିଧାନିକ ପଦ ପାଇଁ ଭୋଟ ନଦେବା ଶୁଭଙ୍କର ନୁହେଁ। ଭୋଟ ଦାନରୁ ବିରତ ରହିବା ନକରାତ୍ମକ ବିଚାରଧାରା ବୋଲି ବରିଷ୍ଠ ରାଜନେତା ଅମର ଶତପଥୀ କହିଛନ୍ତି।