- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
କେନ୍ଦ୍ର ସରକାର ଆତଙ୍କବାଦ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ- ଓବେସି
ପାଟଣା, 4 ମେ - ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନର ଅଧ୍ୟକ୍ଷ ଅସଦୁଦ୍ଦିନ ଓବେସି କେନ୍ଦ୍ର ସରକାରଙ୍କୁ ଆତଙ୍କବାଦ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଦୁଇ ଦିବସୀୟ ନିର୍ବାଚନୀ ପ୍ରଚାରରେ ରବିବାର ବିହାର ଦରଭଙ୍ଗାରେ ପହଂଚିଥିବା ଓବେସି କହିଛନ୍ତି ଯେ, ପହଳଗାମ ଆକ୍ରମଣକୁ ନେଇ ସର୍ବଦଳୀୟ ବୈଠକରେ ସମସ୍ତ ଦଳ ଗୋଟିଏ ସ୍ୱରରେ ସରକାରଙ୍କୁ କହିଛନ୍ତି ଯେ, ଏହି ମାମଲାରେ ତୁରନ୍ତ ପଦକ୍ଷେପ ନିଅନ୍ତୁ, ପୀଡିତ ପରିବାରକୁ ନ୍ୟାୟ ଓ ଆତଙ୍କବାଦକୁ ସବୁଦିନ ପାଇଁ ମୂଳରୁ ଶେଷ କରନ୍ତୁ । ସମସ୍ତ ଦଳ ସରକାରଙ୍କ ପ୍ରତ୍ୟେକ କଠୋର ନିଷ୍ପତ୍ତି ସହ ଅଛନ୍ତି । ଓବେସି କହିଛନ୍ତି ଯେ, ପାକିସ୍ତାନରୁ ଆତଙ୍କବାଦୀ ଆମ ଦେଶରେ ପ୍ରବେଶ କରି ଆମର ଲୋକଙ୍କୁ ହତ୍ୟା କରୁଛନ୍ତି । 26/11 ମୁମ୍ବାଇ ଆକ୍ରମଣ ହେଉ, ପଠାନକୋଟ ଏୟାରବେସ ଉପରେ ଆକ୍ରମଣ ହେଉ, ପୁଲୱାମା ଉପରେ ଆକ୍ରମଣ ହେଉ କି ନିକଟରେ ଜୁଲାଇ 7ରେ ବୈଷ୍ଣୋଦେବୀଙ୍କ ନିକଟରେ 7ଜଣ ପୋଲିସକର୍ମୀଙ୍କ ହତ୍ୟା ମାମଲା ହେଉ, ଏହି ସମସ୍ତ ଘଟଣା ଆତଙ୍କବାଦର ଘୃଣ୍ୟ ଚେହେରା ଦେଖାଇଥାଏ ।